STORYMIRROR

Kabiratna Nutan Kumar Behera

Abstract

4  

Kabiratna Nutan Kumar Behera

Abstract

ଲେଖୁଛି ଅଳପ ଭାବୁଛି ବେଶି

ଲେଖୁଛି ଅଳପ ଭାବୁଛି ବେଶି

1 min
216


ହାତରୁ ତୀର ମୁହଁରୁ କଥା

ପିଣ୍ଡରୁ ଏ ପ୍ରାଣ ବାହାରି

ଚାଲି ଗଲେ ଥରେ

ଆଉ କେବେ ବି ନ ଫେରେ

କହିବି କ'ଣ... ରହିବ କି ନାହିଁ ମନେ

ଲେଖି ଜଣାଇବାକୁ ମୁଁ ଚାହେଁ

ଆମ ଭିତରେ ଯେମିତି

ନ ରହୁ କିଛି ଭୁଲ୍ ବୁଝାମଣା

ହସ ଖୁସି ରହିଥିବା ଦୁହେଁ

ଯୁଗ ଖରାପ ମିଛ ଦୁନିଆଁ କହି

ତୁମେ ମୋତେ କି ମୁଁ ତୁମକୁ 

କରିବାନି ଅବହେଳା

ଅବା ରଖିବା ନାହିଁ ଗ୍ଳାନି

ଚଳୁଥିବା ନୀତି ନିୟମ ମାନି

ପ୍ରତାରଣା କରିବାନି କେହି

ମେଲି ଛଳନା ପ୍ରବଞ୍ଚନାର ଜାଲ

ଯା' ହେବ ଆଗକୁ ଆମର

ନିଶ୍ଚିତ ହେବ ତାହା ଭଲ

ତେଣୁ ମୁଁ ...ଅନେକ ବିଚାରି

ଲେଖୁଛି ଅଳପ ଭାବୁଛି ବେଶି

ମନରେ ନ ଲାଗୁ ତୁମର

ଫୁଲଟିଏର ବି ଟିକିଏ ଆଘାତ

ସବୁଦିନ ରହିଥିବ ଖୁସି

ଭଲ ପାଇବାଟା ଭାବ ନାହିଁ ଭୁଲ୍

ଅବା ନୁହେଁ ଏ କିଛି ପାପ

ଏ ତ ଦୈବର ନିର୍ଦ୍ଧାରିତ

ମନ ମନର ଆତ୍ମା ଆତ୍ମାର

ହେଲେ ଏକାଠି ମିଳନ

ବିକଶି ଉଠେ ସୁନ୍ଦର ଜୀବନ

କରିବାକୁ ପଡ଼େ ନାହିଁ ଅନୁତାପ

ସାମାଜିକ କଟକଣା ତ

ଶୃଙ୍ଖଳାର ଏକ ମାନଦଣ୍ଡ

ହୋଇ ସାମାଜିକ ପ୍ରାଣୀ

ବିଚାରଶୀଳ ବୁଦ୍ଧିମାନ ଆମେ

ତ୍ୟାଗ ଆଦର୍ଶକୁ କରିବାନି ଖଣ୍ଡ 

ଭଲ ପାଇବାର ମର୍ଯ୍ୟାଦା

ରଖିବାକୁ ଅତୁଟ ଅକ୍ଷୁର୍ଣ୍ଣ 

ବିବାହ ବନ୍ଧନରେ ବାନ୍ଧି ହୋଇ

ସଂପର୍କ ଆମ ରଖିବା ପବିତ୍ର

କାହା ମନେ ଆଣିବା ନି ତିକ୍ତତା

ନଷ୍ପାପ ନିଷ୍କଳଙ୍କ ରଖିବା ଚରିତ୍ର

ଏତେ ସବୁ ବସି ବସି

ଲେଖୁଛି ଅଳପ ଭାବୁଛି ବେଶି...।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract