ଅଗ୍ନ୍ୟୁତ୍ସବ
ଅଗ୍ନ୍ୟୁତ୍ସବ
ବସନ୍ତ ଋତୁର ଶିତେଇ ପବନ
ସକାଳୁ କରେ ତାଣ୍ଡବ,
ମାଘମାସ ପୁଣି ହେବ ରୁଦ୍ରଯଞ୍ଜ
ପାଳିତ ଏ ଅଗ୍ନ୍ୟୁତ୍ସବ।
କଳାବାଡିଆ ଗାଆଁରେ
ଉତ୍କଳ ବିଚ୍ଛିନ୍ନ ପରା ଏହୁ କ୍ଷେତ୍ର
ଅଛି ଟି ସିଂହଭୂମିରେ।
ଆଜି ଚତୁର୍ଦ୍ଦଶୀ ଶୁକ୍ରବାର ପୁଣି
ଅଙ୍କୁରାରୋପଣ ଆଜି,
ସନିବାର ଆଉ ଶୁକ୍ରବାରେ ଯହିଁ
ରୁଦ୍ରଯଞ୍ଜ ଯିବ ସାଜି।
ସଢୈଇକଳା ଜିଲ୍ଲାରେ
ଆଶ୍ରମ ଏହୁରେ ରାମବାବାଙ୍କର
ରୁଦ୍ର ମନ୍ଦିର ତହିଁରେ।
ରୁଦ୍ରଯଞ୍ଜ ଏହୁ ଅଗ୍ନ୍ୟୁତ୍ସବ ଯହୁଁ
ପ୍ରତି ବରଷ ପାଳିତ,
ପବିତ୍ର ଏ ଭୂମି ତପସ୍ୟାର ଭୂମି
କଳ୍ପେଶ୍ବରେ ଏ ନାମିତ।
ମନ୍ଦିର ପ୍ରାଙ୍ଗଣେ ତହିଁ
ସର୍ପ ରୂପେ ହୁଏ କଳ୍ପେଶ୍ବ ଦର୍ଶନ
ମନ ଭକ୍ତିପୂର୍ଣ୍ଣ ଯହିଁ।
ନଦୀ ଖଡ଼ଖାଇ କଳକଳ ରାବେ୍
ପଥଗାମୀ ଅନୁକ୍ଷଣ,
କୁଳରେ ରହିଛି ତପସ୍ୟା ଉଦ୍ୟାନ
ନମଃଶିବାୟ ସର୍ବଣ।
ତହିଁ ରୁଦ୍ରଙ୍କ ମନ୍ଦିର
ଆୟୋଜିତ ତହିଁ ରୁଦ୍ର ମହାଯଞ୍ଜ
ଅଗ୍ନ୍ୟୁତ୍ସବ ଟି ଭକ୍ତିର।
ଉତ୍କଳ ପଣ୍ଡିତେ ଆସିଛନ୍ତି ଟି ଯଞ୍ଜେ
ଆସୁଥାନ୍ତି ପ୍ରତି ବର୍ଷ,
ଏକ ଶହ ଘଟେ ଜଳକୁ ଆଣିବେ
ମହିଳା ହୋଇ ହରଷ।
ବିଧିବିଧାନରେ ଯଞ୍ଜ,
ରାତ୍ରି ଆୟୋଜନ ହୋଇଥାଏ ତହିଁ
ପାଲାର ସଂସ୍କୃତି ରଙ୍ଗ।
ପରା କୋଣାର୍କ ନବଯୁବା ସଂଘ
କରେ ଆୟୋଜନ ଏଠି,
ଉତ୍କଳଗୌରବେ ଯାର ସଂଗଠନ
ସଂସ୍କୃତି ଓଡିଆ ଏଠି।
ରୁନୁପ ନାଏକ ଯହିଁ,
ଯଞ୍ଜ କର୍ମକର୍ତ୍ତ ଯଞ୍ଜରେ ବସିବେ
ତାଙ୍କ ଅବଦାନ ତହିଁ।
ନମଃଶିବାୟର ରାବ୍ ଗୁଞ୍ଜୁ ଥିବ
ଶୁଭୁ ଥିବ ହୁଳହୁଳି,
ଶଙ୍ଖନାଦ ପୁଣି ଗୁଞ୍ଜନ କରିବ
ଥିବଟି ଭକ୍ତ ଗହଳି।
ଅଗ୍ନ୍ୟୁତ୍ସବ ଯଞ୍ଜତ୍ସବ
ଅକର୍ମା ଦାନୀଙ୍କ ଅଟେ ପରା ଯଞ୍ଜ
ଜଗତ ମଙ୍ଗଳ ହେବ।
