STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଏ କଳି କାଳରେ

ଏ କଳି କାଳରେ

1 min
396


ଏ କଳି କାଳରେ ଆଜି ଏ ସମାଜେ

ଭଲ ଲୋକ ନୀରବରେ

ବସିବା ଉଚିତ ମଣୁଛି ସ୍ବେଛାରେ

ଚାହୁଁନି ଯିବା ଆଗରେ।୧

ନିଜର କର୍ତ୍ତବ୍ଯ ନିଜ ଘର କୋଣେ

ସମାଜରେ ପଛଘୂଞ୍ଚା

ଧୀଟ ନୀଚ୍ଚଙ୍କର ଆଗରେ ହିଁ ମନ

ମାରି ଖାଇବାକୁ କଞ୍ଚା।୨

ଜଗତଟା ଆଜି ଏହିପରି ଚାଲେ

ମୂର୍ଖ ବସିଯାଏ ମଞ୍ଚେ

ତତ୍ପର ସର୍ବଦା ଲାଞ୍ଚଘୋଷ ଦେଇ

ହାତେଇବ ଦେଖି ମେଞ୍ଚେ।୩

ମଞ୍ଚ କି ସଭାରେ ବସିବେ ସେମାନେ

ଶିକ୍ଷିତ ବସିବେ ତଳେ

କରତାଳି ମାରି ଗର୍ବ ଓ ଗୌରବ

ବଢା଼ଇବେ କାଳବଳେ।୪

ଲାଞ୍ଚୁଆ ମିଛୁଆ ସମ୍ମାନୀତ ହେବେ

ସଚ୍ଚୋଟ ଖାଇବେ ଗାଳି

ପଛରେ ବସିକି ବାହାବାହା କହି

ହସିକି ମାରିବେ ତାଳି।୫

ଜଗତଟା ଆଜି ମହାବିଷମୟ

ସତ୍ଯ କି ଅମୃତ ପିଏ

କିନ୍ତୁ ନ ପିଇକି ବିଷମୟ ମଧ୍ଯେ

ମିଶିବାକୁ ବାଧ୍ଯ ହୁଏ।୬

ସତ୍ଯ ପରି ଯିଏ ସହଯୋଗ କରି

ଏହି ଘୋର କଳିକାଳେ

ବଞ୍ଚିବା ପାଇଁକି ନିଜ ଲୁହ ପିଇ

ଦେଖୁଥିବେ ମହୀତଳେ।୭

ସବୁଠାରେ ଆଜି ମିଥ୍ଯାର ରାଜୁତି

ସତ୍ଯ ତ ଦେଖି ନୀରବ

ଯୁଦ୍ଧ କରିଲେ ବି ପରାସ୍ତ ନିଶ୍ଚିତ

ଏହା ହିଁ ସତ୍ଯର ଭାବ।୮

ଅବଶ୍ଯ ଶେଷରେ ମିଥ୍ଯାର ପରାସ୍ତ

ଦୃଷ୍ଟାନ୍ତ ମହାଭାରତ

ମିଥ୍ଯାର ରାଜୁତି ବହୁଦିନ ଚାଲେ

ଆତ୍ମସ୍ବାର୍ଥେ ଆତ୍ମହିତ।୯

ଘରଠୁ ସହର ପଲ୍ଲୀଠାରୁ ଦିଲ୍ଲୀ

ମିଥ୍ଯାର ପଲ୍ଲାଟା ଭାରି

ସତ୍ଯର ପଲ୍ଲାଟା ହାଲୁକା ହେଲେ ବି

ମାରେ କି ପଛରୁ ଛୁରୀ?୧୦

ହେ ଜଗତବାସୀ ଯଦିରେ ଜାଣୁଛ

ସତ୍ଯ ହିଁ ତ ଭଗବାନ

କାହିଁକି ପଛରେ ପଡି଼ ରହୁଅଛେ

ମିଥ୍ଯା ରୂପୀ ସଇତାନ।୧୧

     



Rate this content
Log in

Similar oriya poem from Abstract