STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ଗୋଟିଏ ଗାଁ ଗୋଟିଏ ମା

ଗୋଟିଏ ଗାଁ ଗୋଟିଏ ମା

1 min
290


  କୋଟି ସନ୍ତାନର ଜନନୀ ସେ

   କୋଟିଏ ବ୍ୟଥା କୋଟିଏ କଥା

   ହେଲେ ସେ ଗୋଟିଏ ନାଁ

   ସେ ଆମରି ମା'

  ଗୋଟିଏ ଗାଁ ଗୋଟିଏ ମା' ।


  ଜନ୍ମଦାତ୍ରୀ କର୍ମଦାତ୍ରୀ ପାଳନକର୍ତ୍ତୀ

   ସେହି ଆମରି ମା'

  କେତେ ଜାତି କେତେ ଧର୍ମର

  ଜନ୍ମଦାତ୍ରୀ ସେ ସେହି ଆମରି ମା'

 ଗୋଟିଏ ଗାଁ ଗୋଟିଏ ଆମ ମା' ।


ପାପ ପୂଣ୍ୟର ବିଚାରିକା ସେହି

 ପୁଣ୍ୟତୋୟା ଗଙ୍ଗା ସେହି

 ପାପ ଧୋଇ ପୂଣ୍ୟ ଦେଇ

 ଦିଏ ଆମକୁ ସେ ତା'ର ନାଁ

 କୋଟି ଜନତାର ଦୁଃଖ ଧୋଇ

  ଆମ ସୁରକ୍ଷାରେ ବଢ଼ାଏ ତା'ର ନାଁ

  ସେହି ଆମରି ମା' ସେହି ଆମରି ନାଁ

  ଗୋଟିଏ ଗାଁ ଗୋଟିଏ ଆମ ମା' ।


ନୀତି ନୈତିକତାରେ ପରିପୂର୍ଣ୍ଣ ତା ନାଁ

 ସବୁଜ ସୁନ୍ଦର କରି ଗଢିଛି ସେହି ଆମରି ଗାଁ

କେତେ ଦେଶ ଭକ୍ତ କେତେ ଜାତି ଭକ୍ତ 

 ଗଢିଛି ଆମ ଏ ମା'

ସବୁ ସନ୍ତାନଙ୍କ ସୃଷ୍ଟିକର୍ତ୍ତୀ 

  ଅଟେ ଏ ଆମ ମା'

 ଗୋଟିଏ ଗାଁ ଗୋଟିଏ ଆମ ମା' ।


  ପ୍ରାଚ୍ୟ ଆମ ନୀତି ଆଦର୍ଶ

   ଭୁଲିଯିବା ଆମେ 

  ପାଶ୍ଚାତ୍ୟ ସଂସ୍କୃତି ପରମ୍ପରା ବିଷ

  ଗଢିବା ଆସ ଦେଶ ପ୍ରଦେଶ

   ଗଢିବା ଆସ ସୁନ୍ଦର ବିଶ୍ଵ

  ରଖିବା ଆମ ସାଂସ୍କୃତିକ ପରିବେଶ

  ରଖିବା ତା'ର ନାଁ

   ଗୋଟିଏ ଗାଁ ଗୋଟିଏ ଆମ ମା' ।


   ଭୁଲିବା ଆସ ଜାତି ଧର୍ମକୁ

   ଭୁଲିବା ଆସ ଆମ ଉଚ୍ଚ ନୀଚ୍ଚ କର୍ମକୁ

    ସମତା ମମତାରେ ଗଢିବା ଆସ

    ଆମ ଦେଶ ଆମ ଗାଁ

  ଗୋଟିଏ ଗାଁ ଗୋଟିଏ ଆମ ମା' 

  ତା'ର ସମ୍ମାନ ଆମ ସମ୍ମାନ

  ଗୋଟିଏ ଗାଁ ଗୋଟିଏ ପରିବାର

   ଭାଳି ଚଳି ଆମେ ରଖିବା ତା'ର ନାଁ

   ସରବେ ଆମେ ଏକ ହୋଇ

   ଏକ ସ୍ଵରେ ଆମେ କହିବା ଆସ

  ଗୋଟିଏ ଗାଁ ଗୋଟିଏ ଆମ ମା' ।


  

 



  

  


  

  


Rate this content
Log in

Similar oriya poem from Abstract