ତୁହି ମା ଜନନୀ
ତୁହି ମା ଜନନୀ
ମା ମାତ୍ରୁଭୂମିରେ ମନୁଷ୍ୟେ ସର୍ବୋଚ୍ଚ
ଜୀବନ ରତନ ଦୁହେଁ,
ତାଙ୍କରି ଯୋଗୁଁହେ ଏ ପ୍ରାଣ ନିର୍ମିତ
ଆଦର କରିବା ଦୁହେଁ।
କେତେ କଷ୍ଟ ସହି ଗର୍ଭେ
ଜନମ ଦିଅ ଟି ସନ୍ତାନ ଗର୍ଭରୁ
ଦଶ ମାସ ଧରି ଗର୍ଭେ।
ଜନମ ହୋଇଣ ଧରିତ୍ରୀ ଛୁଇଁଲା
ଧରିତ୍ରୀ ହୁଏ ଆନନ୍ଦ,
ଦୁଃଖ କଷ୍ଟ ସବୁ ଭୁଲି ଯାଏ ମାତା
ଚିନ୍ତନେ ହରି ଗୋବିନ୍ଦ।
ଭଲରେ ରଖନ୍ତୁ ଜଗା
ଢାଳି ଦିଏ ସବୁ ସନ୍ତାନ ନିର୍ମାଣେ
ହୃଦରେ ମମତା ଗଙ୍ଗା।
ଶିଶୁ ଗୀତ ଗାଇ ବ୍ୟତୀତ ସମୟ
ବଦନେ ଚାପିଣ ଥାଏ,
ପାଠ ପଢି ହେଉ ଜ୍ଞାନବାନ ବ୍ୟକ୍ତି
ହୃଦୟେ ଚିନ୍ତାଟି ଥାଏ।
ଗୁରୁଣ୍ଡି ଗୁରୁଣ୍ଡି ଭୂଇଁ
ଚେଷ୍ଟା କରୁ ଥାଏ ଶିଶୁଟି ତାହାର
ଶୀଘ୍ରଠିଆ ହେବାପାଇଁ।
ଏହୁ ଧୂଳି ମାଟି ଜନନୀ ମମତା
ବନ୍ଦନୀୟ ଏହୁ ଦୁହେଁ,
ସୁରକ୍ଷା ରଖିବା କର୍ତ୍ତବ୍ୟ ଆମର
ସେବଭକ୍ତି ପାତ୍ରଦୁହେଁ।
ସେବାରେ ବିତୁ ଜୀବନ
ଏ ପ୍ରାଣ ଅର୍ପଣ ହେଉ ତାଙ୍କ ପାଇଁ
କାଳିଆ ଭକ୍ତି ଚନ୍ଦନ।
ଜୀବନ ଯାତ୍ରାରେ କର୍ମ ସର୍ବୋପରି
କର୍ମରେ ରଖିବା ତନୁ,
କର୍ମ ବିନୁ ତନୁ ଭବକୁ ଦୁର୍ଭାର
କିଛି ନାହିଁ କର୍ମ ବିନୁ।
ଆତ୍ମନିର୍ଭରଟି ହେବା
ନିର୍ମିତ କରିବା ଶକ୍ତିଶାଳୀ ରାଷ୍ଟ୍ର
ଗୌରବ ରାଷ୍ଟ୍ରେ ଆଣିବା।
