ମୋ କଳା ଠାକୁର
ମୋ କଳା ଠାକୁର
1 min
230
ତୁମେ ମୋର ସଖା ତୁମେ ଜୀବନ
ହାଏ ରେ ମୋ କଳା ଠାକୁର
ତୁମବିନା ମୋର ଚାଲେନା ନିଶ୍ୱାସ
ତୁମେ ମୋର ଅମ୍ଳଜାନ ।
ତୁମପାଇଁ ମୁଁ ଦେଖିଲି ଦୁନିଆ
ତୁମେ ମୋର ପିତାମାତା
ପିତାଙ୍କ ପରି ବାଟ ଦେଖେଇଲ
ମାଆ ପରି ଦେଲ ସ୍ନେହ ।
ସବୁ ଜନମରେ ସାଥେ ରହିଥାଅ ବନ୍ଧୁଟିଏ ମୋର ହେଇ
ସବୁ ଜନମରେ ସାଥେ ରହିଥାଏ ତୁମ ବଡଦାଣ୍ଡେ ଦାସ ହୋଇ
ତୁମ ସେବା କରି ତୁମ ବଡ଼ଦାଣ୍ଡେ ଚାଲିଯାଉ ମୋର ଜୀବନ
ହାଏ ରେ ହାଏ ରେ ମୋ କଳା ଠାକୁର ।
