STORYMIRROR

Gadadhar Sahoo

Others

3  

Gadadhar Sahoo

Others

ଯାନ୍ତ୍ରିକତା

ଯାନ୍ତ୍ରିକତା

1 min
222


ଯନ୍ତ୍ର ମଣିଷକୁ

କେବଳ ଚନ୍ଦ୍ରକୁ ନେଇନି

ମଣିଷକୁ ମଣିଷଠୁ ଦୂରେଇଛି

ପାଖ ମଣିଷସହ ସମ୍ପର୍କ ଛିଣ୍ଡେଇ

ଦୂର ମଣିଷଙ୍କ ସହ ସମ୍ପର୍କ ଯୋଡୁଛି

ମଣିଷକୁ ଘରେ ବସାଇ

ଜିନିଷ ତା ପାଖରେ ପହଞ୍ଚାଇ

ଅଳସୁଆମୀ ଶିଖାଇଛି

ଶାରୀରିକ ପରିଶ୍ରମ ନକରି

ରୋଗ ବଇରାଗ ବଢାଇଛି ।


ଯନ୍ତ୍ରର ଭଲ ଦିଗ ଯେତିକି

ଖରାପ ଦିଗ ବି କିଛି କମ ନୁହେଁ

ସବୁ ଭଲ ଓ ଖରାପ ମୂଳରେ ଥାଏ

ଆମ ଫାଇଦା

ଆମେ ଲୋକସାନି,

ଆମ ବିଚାର

ଆମ ଛିନ୍ତାଧାରା

ଆମ ବିବେକ

ଆମ ଅଧୀନରେ ନରହି

ଆମେ ଯନ୍ତ୍ର ଅଧିନହେଲେ

କଥା ସାରିଲା

ଆମେ ଯନ୍ତ୍ରକୁ

ସଠିକ ବ୍ୟବହାର ନକଲେ

ଆମେ ଯନ୍ତ୍ର ଭିତରେ ପଶିବା

ଯନ୍ତ୍ର ପ୍ରଥମେ

ଆମକୁ ଖାଇବ

ପରେ ପରେ

ଆମ ପରିବାର

ଆମ ସମାଜ

ଆମ ଦେଶ

ଆମ ବିଶ୍ଵ

ସମ୍ପୂର୍ଣ୍ଣ ବିଗିଡି ଯିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍