STORYMIRROR

Gadadhar Sahoo

Abstract

2  

Gadadhar Sahoo

Abstract

ମୋ ଭାରତ

ମୋ ଭାରତ

1 min
203

ଯେଉଁଠି ଜନ୍ମିଛି

ସେଇଠି ମରିବି

ସେହି ମୋ ଜନମ ଭୂଇଁ

ତା ପାଣି ପବନ

ମୋ ପାଇଁ ଚନ୍ଦନ

ମଥା ପାତି ନାଏ ମୁଁହିଁ


ତା ମାଟି ମହକ

ମୋ ଦେହେ ମହକେ

ସଦା ମତୁଆଲା ମୁହିଁ

ଜନମେ ଜନମେ

ଭୁଲି ନ' ପାରିବି

ଯେତେ ଜନ୍ମ ନେଲେ ମୁହିଁ


ତା ସୁସ୍ଵାଦୁ ଖାଦ୍ୟ

ଥାଏ କେତେ ସ୍ଵାଦ

କଳି ନ ପାରଇ ମୁହିଁ

ଜୀବନ ଯାକ ମୁଁ

ଭାରତ ବୁଲିଲେ

ସବୁ ଚାଖିପାରେ ନାହିଁ


ତା ବେଶ ଭୁସାରେ

ନା ନା ରଙ୍ଗ ଭରା

ଏକାଠି ବାନ୍ଧିବା ପାଇଁ

ବିଭିନ୍ନତା ମଧ୍ୟେ

ଏକତା ତା ମନ୍ତ୍ର

ଶାନ୍ତିରେ ବଞ୍ଚିବା ପାଇଁ


କେତେ ଧର୍ମ ଏଠି

ସଭିଁଏ ସମାନ

ଅହିଂସା ଭାବକୁ ବହି

କଳହ ନକରି

ଶାନ୍ତିରେ ବଞ୍ଚିବା

ପ୍ରତି ଧର୍ମେ ଲେଖାଥାଇ


କେତେ ମୁନି ଋଷି

ଜନ୍ମ ନେଇ ଏଠି

ମାଟିରେ ଗଲେଣି ମିଶି

ତାଙ୍କ ମୁଖ ବାଣୀ

ଏବେ ଅମଳିନ

ଆମେ ଜପୁ ଦିବାନିଶି


ଏଣୁ ମୋ ଭରତ

ସର୍ବଦା ମହାନ

ମହାନ ତାରି ସଂସ୍କୃତି

ଯେତେ ଥର ମଲେ

ଜନ୍ମ ନେଉଥିବି

ତା ସେବାରେ ସଦା ମତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract