ମୋ ଭାରତ
ମୋ ଭାରତ


ଯେଉଁଠି ଜନ୍ମିଛି
ସେଇଠି ମରିବି
ସେହି ମୋ ଜନମ ଭୂଇଁ
ତା ପାଣି ପବନ
ମୋ ପାଇଁ ଚନ୍ଦନ
ମଥା ପାତି ନାଏ ମୁଁହିଁ
ତା ମାଟି ମହକ
ମୋ ଦେହେ ମହକେ
ସଦା ମତୁଆଲା ମୁହିଁ
ଜନମେ ଜନମେ
ଭୁଲି ନ' ପାରିବି
ଯେତେ ଜନ୍ମ ନେଲେ ମୁହିଁ
ତା ସୁସ୍ଵାଦୁ ଖାଦ୍ୟ
ଥାଏ କେତେ ସ୍ଵାଦ
କଳି ନ ପାରଇ ମୁହିଁ
ଜୀବନ ଯାକ ମୁଁ
ଭାରତ ବୁଲିଲେ
ସବୁ ଚାଖିପାରେ ନାହିଁ
ତା ବେଶ ଭୁସାରେ
ନା ନା ରଙ୍ଗ ଭରା
ଏକାଠି ବାନ୍ଧିବା ପାଇଁ
ବିଭିନ୍ନତା ମଧ୍ୟେ
ଏକତା ତା ମନ୍ତ୍ର
ଶାନ୍ତିରେ ବଞ୍ଚିବା ପାଇଁ
କେତେ ଧର୍ମ ଏଠି
ସଭିଁଏ ସମାନ
ଅହିଂସା ଭାବକୁ ବହି
କଳହ ନକରି
ଶାନ୍ତିରେ ବଞ୍ଚିବା
ପ୍ରତି ଧର୍ମେ ଲେଖାଥାଇ
କେତେ ମୁନି ଋଷି
ଜନ୍ମ ନେଇ ଏଠି
ମାଟିରେ ଗଲେଣି ମିଶି
ତାଙ୍କ ମୁଖ ବାଣୀ
ଏବେ ଅମଳିନ
ଆମେ ଜପୁ ଦିବାନିଶି
ଏଣୁ ମୋ ଭରତ
ସର୍ବଦା ମହାନ
ମହାନ ତାରି ସଂସ୍କୃତି
ଯେତେ ଥର ମଲେ
ଜନ୍ମ ନେଉଥିବି
ତା ସେବାରେ ସଦା ମତି