Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gadadhar Sahoo

Abstract

2  

Gadadhar Sahoo

Abstract

କାରୋନା

କାରୋନା

1 min
65


କରୋନାର କାୟା

ବିଶ୍ଵରେ ବିସ୍ତାରି

ଆତଙ୍କ ରାଜ କରୁଛି

କାଳେ କେତେବେଳେ

ମୋତେ ସଙ୍କ୍ରମିବ

ମୋ ନିଦ ହଜିଯାଇଛି


ମହାମାରୀ ସାଜି

ମୁଣ୍ଡ ଗଡାଉଛି

ଦେଶରୁ ଦେଶକୁ ଡେଇଁ

କି ଧନୀ ଗରିବ

ନ ହେଲେ ସତର୍କ

ଅକାଳେ ଲୋଟିବ ଭୂଇଁ


ଜର ସର୍ଦ୍ଦି କାଶ

ଆରମ୍ଭ ହୋଇଲେ

ନ କରିବା କେବେ ହେଳା

ଡାକ୍ତରୀ ପରୀକ୍ଷା

ତୁରନ୍ତ କରିବା

ନ ହେଲେ ବୁଡିବ ଭେଳା


ବିଦେଶ ଫେରନ୍ତା

ବାବୁ ହୋଇଥିଲେ

ବେସି ସତର୍କ ହୋଇବା

ଜର ସର୍ଦ୍ଦି କାଶ

ଲକ୍ଷଣ ଦେଖିଲେ

ଡାକ୍ତରଙ୍କୁ ଜଣାଇବା


କାଶ ଛିଙ୍କ ବେଳେ

ମୁହଁକୁ ଢାଙ୍କିବା

କପଡା, କହୁଣୀ ଦେଇ

ଆଖି ନାକ ପାଟି

ହାତ ନ ମାରିବା

ସାବୁନରେ ହାତ ଧୋଇ


ଏତିକି ମାତର

ସତର୍କ ହୋଇଲେ

କରୋନା ତୋତେ ଡ଼ରିବ,ତା କାୟା ବିସ୍ତାର

ଛେଦନ ହୋଇବ

ଅଚିନ୍ତା ନିଦ ଶୋଇବ



Rate this content
Log in

Similar oriya poem from Abstract