STORYMIRROR

Gadadhar Sahoo

Tragedy Others

3  

Gadadhar Sahoo

Tragedy Others

କୁଅଭ୍ୟାସ ଦମନ

କୁଅଭ୍ୟାସ ଦମନ

1 min
309


ଯାହା ମୋ ନିଜର

କ୍ଷତି କରୁଥାଏ

ମୋ ଅଜାଣତରେ

ଆଉ ଜାଣିବାର

ଜୁ ମୋର ନ’ଥାଏ ।


କିଏ କେବେ

ଇସରା କଲେ

ମୁଁ ଚିହିଁକି ଉଠେ

ସିଧା ସିଧା ଜବାବ ଦିଏ

ତୁମର କ’ଣ ହେଲା ‘ହୋ’

ମୋ କଥା ମୁଁ ବୁଝୁଛି ।


କାହା ଆକଟ

ନା’ ମାନେ

ନା’ ଶୁଣେ,

କାହା ଉପଦେଶ

ନା’ କାନରେ ପସେ

ନା’ କାର୍ଯ୍ୟକାରୀ କରେ ।


ଏବେ ନେଡି ଗୁଡ

କହୁଣିକି ବହିବାପରେ

ମୁଁ ଗୋଟା ପଣେ ଚେତୁଛି,

ସଭିଙ୍କ ଆକଟ, ଉପଦେଶ

ଏବେ ମୋ ଚେତନାରେ

ବାର ବାର ପ୍ରତିଧ୍ଵନିତ ହେଉଛି

ମୁଁ ନିଶା ସେବନ ଛାଡିଛି ସତ

ହେଲେ ମୋ ସ୍ୱାସ୍ଥ୍ୟ ଯେତିକି

କ୍ଷତି ଘଟିଛି ସେ ମୋତେ ଛାଡ଼ୁନିଦିନକୁ ଦିନ ଲହୁ ଲୁହାଣ କରୁଛି 

ହେଲେ ମୁଁ ଅନୁତପ୍ତ

ଖାଲି ଚିତ୍କାର କରୁଛି

ମୁଁ ତ ଛାଡି ଦେଇଛି

ତୁମେ ମାନେ

ମୋତେ କାହିଁ ଛାଡୁନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy