STORYMIRROR

Gadadhar Sahoo

Fantasy

3  

Gadadhar Sahoo

Fantasy

ଅସୁର ସହିତ ଦିନେ

ଅସୁର ସହିତ ଦିନେ

1 min
264

ଥରେ ନିଦରେ

ଦେଖା ହେଲା

ଅସୁର ସହିତ,

ସେ ମୋତେ

ବାର ବାର ଟେକି ନେଉଥିଲା ଉପରକୁ

ତା ଲୋମସ ହାଡୁଆ ହାତରେ

ଆଉ ଛାଡି ଦେଉଥିଲା ତଳକୁ

ଯେଉଁଠି ଥିଲା କୁଢ କୁଢ ପଥର ।


ଯେତେ ଥର ନେଉଥିଲା

ଆଉ ଫୋପାଡୁଥିଲା

ପ୍ରତିଥର ମୋ ଦେହ

ଶିହରି ଉଠୁଥିଲା

କମ୍ପୁଥିଲା ଥରୁଥିଲା ଭୟରେ ।


ଯେବେ ନିଦ ଭାଙ୍ଗିଲା

ଦେଖେ ମୁଁ ସମ୍ପୂର୍ଣ ସୁରକ୍ଷିତ

ଆଉ ଡର ଭୟ ନ'ଥିଲା

ଠୋ ଠୋ ହସିବା ବେଳକୁ

ଆଉ ଅସୁର ନ'ଥିଲା

ମୋ ହସ ବାର ବାର

ଉଠୁଥିଲା ପଡୁଥିଲା

ଅବଚେତନରୁ ଚେତନାର ରୂପାନ୍ତରରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy