ଯୁଗେ ଯୁଗେ ନାରୀ
ଯୁଗେ ଯୁଗେ ନାରୀ


ନାରୀ ତୁହି ଦେବୀ ଶକ୍ତି ସ୍ଵରୁପିଣୀ ତୋହର ତୁଳନା ନାହିଁ,
ହୋଇଥିଲୁ ଦୁର୍ଗା ତୁହିତ ଲକ୍ଷ୍ମୀ ସରସ୍ବତୀ ମାତା ତ ତୁହି,
ଜନ୍ମଦାତ୍ରି ହୋଇ କରି ଅଛୁ ଏ ସୃଷ୍ଟିକୁ ତୁହି ସରଜନା,
କେତେ ଦୁଃଖ ସହି ସନ୍ତାନ ପାଳୁ କେ ବୁଝିବ ତୋ ବେଦନା,
ସେନେହ ମମତାର ପ୍ରତିମୂତି ହୋଇ ଭଗିନି ରୂପେ ଆସୁ,
ଭାଇ ପାଇଁ ଶୁଭ ମାନସି ପୁଣି ରାକ୍ଷୀ ବାନ୍ଧି ବାକୁ ବାସୁ,
ଦୁହିତା ହୋଇତୁ ଆସିଅଛୁ ଦୁଇ କୂଳକୁ ରକ୍ଷା କରିବା ପାଇଁ,
ପତ୍ନୀ ହୋଇ ଆସିଅଛୁ ତୁହି ତ ପତି ସାଥେ ସାଥେ ଚାଲିବା ପାଇଁ,
ରାଣୀ ଲକ୍ଷ୍ମୀବାଈ ହୋଇ ଜୀବନ ଦେଲୁ ଏ ଦେଶ ଜାତି ପାଇଁ ,
ମା ରୂପରେ ତୁହି ସେବା କରିଥିଲୁ ମଦର ଟେରସା ହୋଇ,
ଯୁଗେ ଯୁଗେ ନାରୀ ପୂଜ୍ୟା ବୋଲି ଜାଣ ନ୍ତି ସାରା ସଂସାର,
ତୋ ହୃଦୟ ମମତାର ସାଗର ଦୟା ର ତୁ ଅବତାର,
ନାରୀ ପରା ସ୍ରଷ୍ଟା ନାରୀ ବିନା ଜଗତ ରହି କି ପାରିବ,
ନାରୀ କୁ ଦେଲେ ସମ୍ମାନ ନାରୀ ଜାତି
ତ ସୁରକ୍ଷିତ ହେବ