ଛତ୍ରପତି ଶିବାଜୀ
ଛତ୍ରପତି ଶିବାଜୀ
ମନେ ପଡ଼ିଯାଏ ଆଜି ସେହିଦିନ
ଷୋଳଶହ ସତାଇଶି ମସିହା l
ଫେବୃଆରୀ ଉଣେଇଶିରେ ଜନମ
ଏ ଜାତି ଗୌରବ ଗରବ ନାହା l
ମରାଠା ଶିବାଜୀ ଛତ୍ରପତି ସେ ମାତା
ମାତୃକାର ଛତରି ଧରି l
ମାଆ ଭବାନୀଙ୍କ କୃପା ଲଭି ବୀର
ହସ୍ତେ ଧରିଲେ ତୀକ୍ଷ୍ଣ ତର୍ବାରୀ l
ଗୁରୁ ରାମଦାସ ଦୀକ୍ଷା ଦେଲେ ଶିଷ୍ୟ
ପ୍ରଜାନୁରଞ୍ଜନ କର୍ଣ୍ଣ ମନ୍ତର l
ବୁଭୁକ୍ଷୁ ଜନତା ଦୁଃଖୀରଙ୍କି ପାଇଁ ଖୋଲି
ଦେଲେ ପୁଣି କେତେ ଛତର l
ମାତୃଭକ୍ତ ସିଏ ମାତୃ କୃପା ଲଭି
ଦେଶେ ଉଡ଼ାଇଲେ ଜୟ ନେତର l
ମାଆ ଜୀଜାବାଈ ବାଣୀ କରିଥିଲେ
ଜୀବନରେ ବୀର ଦୀକ୍ଷା ମନ୍ତର l
ଆଉରଙ୍ଗଜେବ ଧରମ ବିଦ୍ୱେଷୀ
କେତେ କରିଥିଲା ଷଢ଼ ଯନ୍ତର l
ପଣ୍ଡକଲେ ତାର ସବୁ କୁ ଚକ୍ରାନ୍ତ
ଅବହେଳେ ପ୍ରାୟ ପାଣିର ଗାର l
ସାୟାସ୍ତ ଖାଆଁ ପଶିଥିଲା ଦୁର୍ଗେ <
/p>
ଅନ୍ଧକାରେ ହସ୍ତେ କୃପାଣ ମୁଷ୍ଟି l
କାଟି ପକାଇଲେ ତା ତିନି ଆଙ୍ଗୁଠି
ଅବହେଳେ ତାର ଧରିକି ଚୁଟି l
କପଟେ ବନ୍ଧୁତ୍ୱ ସମ୍ଭାଷଣ କରି
ଆଫଜଲ ଖାଆଁ ଡାକିଲା ତାଙ୍କୁ l
ନରସିଂହ ପରି ଚିରିଦେଲେ ତାର
ବ୍ୟାଘ୍ର ନଖେ ନାଡ଼ ଅନ୍ତ ପୁଣ୍ଟିକୁ l
ଆଉରଙ୍ଗଜେବ ବନ୍ଦୀ କରି କଲା
କ୍ରୁର କାରାଗାରେ ତାଙ୍କରି ବସା l
ମିଠାଈ ହାଣ୍ଡିରେ ଖସି ପଳାଇଲେ
ବିଳ କରି ଯଥା ପାହାଡି ମୂଷା l
ମୋଗଲ ସମ୍ରାଟ ନୟାନ୍ତ ହୋଇଲା
ମରହଟ୍ଟା ବୀର ସାଥିରେ ଲଢ଼ି l
ଫେରିଲାନି ଆଉ ଦିଲ୍ଲୀ ସିଂହାସନେ
ମଲା ଦାକ୍ଷିଣାତ୍ୟ କାନ୍ତାରେ ପଡ଼ି l
ରକ୍ତ ତାତି ଉଠେ ପଡ଼ିଲେ କର୍ଣ୍ଣରେ
ତୁମ୍ଭର କାହାଣୀ ବୀରତ୍ୱ ଗାଥା l
ଭାରତ ମାତାର ଯୋଗ୍ୟ ସନ୍ତାନ ହେ
ତଵ ପଦେ ନଇଁ ଯାଏ ମୋ ମଥା l