ନିନ୍ଦା
ନିନ୍ଦା
ନିନ୍ଦା କରିବା ସବୁଠି ପାପ ଭାଇ
ନିନ୍ଦା ଠାରୁ ଆମେ ଯିବା ତ ଦୁରେଇ
ନିନ୍ଦା ଆମକୁ ସର୍ବଦା ବିଚଳିତ କରିବ
ନିନ୍ଦା ଶୁଣି ଆମ ଜୀବନ ପ୍ରଭାବିତ ହେବ
ନିନ୍ଦା ଶୁଣି ଯିଏ ମୌନ ହୋଇ ରହିବ
ସେହି ଏକା ଦୁନିଆରେ ବିଜୟୀ ହେବ
ନିନ୍ଦା ଶୁଣି କେବେ ଭୟ କରିବା ନାହିଁ
ନିନ୍ଦା କରିବା କାହାକୁ ଭଲ ଗୁଣ ନାହିଁ
ଯିଏ ନିନ୍ଦା କରେ ସିଏ ପାପ ଅର୍ଜନ କରଇ
ନିନ୍ଦା କଲେ ଅନ୍ୟ ର ମନ କୁ ଆଘାତ ଲାଗଇ
ନିନ୍ଦା କରି କେବେ ସୁଫଳ ପାଇବା ନାହିଁ
ନିନ୍ଦା କଲେ ସଦା କଳହ ଲାଗି
ରୁହଇ
ନିନ୍ଦା ଶୁଣି କେବେ ରାଗି ଯାଅ ନାହିଁ
ନିନ୍ଦା ଆମକୁ ରାସ୍ତା ଦେବ ଦେଖାଇ
ନିନ୍ଦା ଆମ ଭୁଲ ବି ସୁଧାରି ଦେବ
ନିନ୍ଦା ସହି ଯିବ ଯିଏ ସେହି ମହାନ. ହେବ ।