କବିତା
କବିତା
କବିତା ମୋଝିଅ କବିତା ମୋସ୍ନେହ
ସିଏ ମୋ ମୁଖ୍ୟ ଆକର୍ଷଣ |
କବିତା ମୋ ଆତ୍ମା କବିତା ମୋ ମୋହ
ସିଏ ମୋ ପ୍ରାଣର ସ୍ପନ୍ଦନ |
ମନର ଚିନ୍ତନ ହୃଦୟ ମନ୍ଥନ
ଆବେଗର ମୃଦୁ ଝରଣ |
ସିଏ ମୋ ଲିଖନ ସିଏ ମୋ ସ୍ମରଣ
ଜୀବନର ମୁଖ ଦର୍ପଣ |
କବିତାନୈବେଦ୍ୟ କବିତା ହିଁ ଅର୍ଘ୍ୟ
ପ୍ରଭୁଂକର ମିଠା ପ୍ରସୂନ |
ପ୍ରଭୁଂକ ଭକତି ଅସୀମ ତାଶକ୍ତି
ଅଶାନ୍ତ କୁ କରେ ସଂଯମ |
ଅରାତି କୁ ଭିତି ଦେବାର ଶକତି
କବିତା ହିଁ କରେ ପ୍ରଦାନ |
ସାମ୍ୟଭାବ ପ୍ରେମ ବନ୍ଧୁ ଆଚରଣ
କରେ ସମାଜ ସଂଚାଳନ |
ଅମାପ ତା ବଳ ଅଟେ ସେ ସରଳ
ଲାଳିତ୍ୟ ମାଧୁର୍ଯ୍ୟରେ ପୂର୍ଣ |
କଲେତାକୁ ବଶ ଦେଇପାରେ ଯଶ
କରିପାରେ ଶାନ୍ତି ପ୍ରଦାନ |
ଆଣି ବିବର୍ତ୍ତନ କୁସଂସ୍କାର ଶୁନ୍ୟ
କରେ ଭାଷା ସଂସ୍କୃତିକୁ ବର୍ଦ୍ଧନ |
କବିତାର ପ୍ରୀତି ବଢିଲେ ସଂସ୍କୃତି
ଆପେ ହୋଇଯାଏ ମହାନ ।