Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhabi Patel

Inspirational

4  

Madhabi Patel

Inspirational

ଅତିଥି

ଅତିଥି

1 min
322


ଯେଉଁ କେତେଦିନ ଆସିଥିଲ ତୁମେ

ମୋର ଜୀବନରେ ଅତିଥି ହୋଇ |


ବସନ୍ତ ଟି ମୋର ପାଖେ ପାଖେ ଥିଲା

ମଳୟକୁ ତାର ସାଥିରେ ନେଇ |


ହସ ଝରୁଥିଲା ଫୁଲ ଫୁଟୁଥିଲା

ହୃଦୟ ବି ଥିଲା ପ୍ରଫୁଲ୍ଲ ହୋଇ |


ଜୀଇଁବାଟା ଏବେବୋଝ ଲାଗୁଅଛି

ସେତେବେଳେ ଥିଲା ତୁଳାଟେ ହୋଇ |


ପ୍ରତି ଧଡକନ ତୁମପାଇଁ ଥିଲା

ପ୍ରତିସ୍ପନ୍ଦନ ରେ ତୁମରି ନାଆଁ |


ଏବେ ତ ଛୁଟୁଛି ଦୀଘଶ୍ବାସ ଖାଲି

ନିଶୃତ ହେଉଛି ପାଟିରୁ ଆହା |


ବସନ୍ତ ଚାଲିଗଲା ତାହାରି ବାଟରେ

ମାଧବୀ ଲତାଟି ଯାଏ ଝାଉଁଳି |


ଆସିଥିଲ ତୁମେ ଋତୁଟିଏ ହୋଇ

ଅତିଥିଂକ ପରି ଗଲ ହେ ଚାଲି |


ରାଧା ପରି ଏବେ ଦିନ କଟେ ଏଠି

ଫେରିବାର କଣ୍ଟ ଜାଣି ତ ନାହିଁ |


ତଥାପି ଅପେକ୍ଷା  ଜାରି ରହିଥିବ 

ଜୀଇଥିବି ତୁମ ସ୍ମୃତିକୁ ନେଇ |


Rate this content
Log in