Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜଗନ୍ନାଥଙ୍କ ଓକିଲ ମଧୁ ଉଡ଼େ

ଜଗନ୍ନାଥଙ୍କ ଓକିଲ ମଧୁ ଉଡ଼େ

1 min
317



ଏକ ଦିନେ ଶ୍ରୀମନ୍ଦିରେ ବସିଥିଲା ସଭା

ମହାପ୍ରଭୁ ସଭାମଧ୍ୟେ ଆସି ହେଲେ ଉଭା l


ସମ୍ପାତ ରହିଛି ଆମ୍ଭ ଅସ୍ମିତା ଉତ୍କଳ

ଜଗନ୍ନାଥ ମହାପ୍ରଭୁ ପୁଣ୍ୟ ନୀଳାଚଳ l


ପୁଚ୍ଛାକଲେ ମହାପ୍ରଭୁ ଦିବ୍ୟସିଂହ ରାଜା

ନୀଳଚକ୍ରେ ଉଡ଼େ ପତି ତପାବନ ଧ୍ବଜା l


ବ୍ରିଟିଶ ରାଜ ଠାକୁରେ ସାଧି ଥରେ ବାଧା

ଅସ୍ମିତା ଲୁଣ୍ଠିବା ପାଇଁ କରିଲେ ମସୁଧା l


ଠାକୁର ରାଜାଙ୍କୁ ଦେଲେ ଦଣ୍ଡ କଳାପାଣି

ଚିନ୍ତାରେ ପଡ଼ିଲେ ପାଟଦେଇ ମହାରାଣୀ l


ଭୁ ଲୁଣ୍ଠିତ ହୋଇବ କି ଉତ୍କଳ ଅସ୍ମିତା

ବ୍ରିଟିଶ କରିବେ ମହାପ୍ରଭୁଙ୍କ ବ୍ୟବସ୍ଥା l


ଘୋର ଦୁର୍ଦ୍ଦିନର କାଳେ କେ ଓଡ଼ିଆପୁଅ

ନ୍ୟାୟାଳୟୁ ଆଣିଥିଲା ଜଗନ୍ନାଥ ଜୟ l


ମହାରାଜାଙ୍କର ତହୁଁ ଘୁରି ଗଲା ମଥା

ଜଗନ୍ନାଥ କହୁଛନ୍ତି ଶୁଣ ମୋର କଥା l


ନାମ ଶୁଣିଥିବ ରାଜା ମଧୁ ବାରିଷ୍ଟର

ବେଦବାକ୍ୟ ଅଟଇ ତା' କଲମର ଗାର l


ଅକାଟ୍ୟ ତାହାର ଯୁକ୍ତି ଅକାଟ୍ୟ ତା କଥା

ବ୍ରିଟିଶ ଶେଷକୁ ତାରେ ନୁଆଁଇଲା ମଥା l


ମଧୁ ଉଡ଼େ ଓଡ଼ିଆର ଅଟେ ଜାତି ପ୍ରାଣ

 ଜଗନ୍ନାଥ ଓକିଲ ଓଡ଼ିଆ ସ୍ୱାଭିମାନ l

              


Rate this content
Log in

Similar oriya poem from Inspirational