ନମଃ ଛାୟାକାନ୍ତ
ନମଃ ଛାୟାକାନ୍ତ
ପୂର୍ବ ଦିଗୁ ମୁର୍ଯ ବୁଣି ସୂର୍ଯ୍ୟ ଆସେ ଉଇଁ
ଆଲୋକରେ ଉଦ୍ଭାସିତ ଗିରି ବନ ଭୂଇଁ l
ପ୍ରତେ ହୁଏ ଊଷା ପିନ୍ଧି ସିନ୍ଦୁରରେ ଭୁଷା
ସ୍ୱାଗତେ ଗାଉଛି ସୂର୍ଯ୍ୟ ଆଗମନ ଭାଷା l
ଧୀରେ ଧୀରେ ବହୁଅଛି ପ୍ରଭାତୀ ପବନ
ଫୁଟିଲେଣି ଜାଇ, ଜୁଇ,ମାଳତୀ ସୁମନ l
ଶେଫାଳିର ମନେ କିନ୍ତୁ ନାହିଁ ଟିକେ ସୁଖ
ରାତ୍ରୀ ରାଣୀ ଝଡିଲାଣି ସୁରୁଯେ ବିମୁଖ l
ଫୁଲେ ଫୁଲେ ଚୁମି ଚୁମି ବୁଲୁଛନ୍ତି ଅଳି
କଜ୍ଵଳ ପତ୍ରୀର ଶୁଭେ ମଧୁର କାକଳୀ l
ପକ୍ଷୀ କୂଳେ କଳ ରବେ କରନ୍ତି କୁଜନ
କୁକ୍କୁଟ ମୁକୁଟ ଟେକି ଡାକେ ନାରାୟଣ l
ଭଵ ଭୟ ହାରୀ ପ୍ରଭୁ ଆହେ ଚକ୍ରଧର
ହୀନ ପକ୍ଷୀଜନମରୁ ବେଗେ ପାରିକର l
କୀଚକ ଭୟେ ଲୁଚିଲେ ପେଚକ ସମସ୍ତ
ତାରାଗଣ ଜଣ ଜଣ ହୋଇଲେଣି ଲୁପ୍ତ l
ବିଷ୍ଣୁ ଆଳୟରୁ ଶୁଭେ ପ୍ରଭାତୀ କୀର୍ତ୍ତନ
ଗୀତାପାଠ କାହିଁ ପୁଣି ପୁଣ୍ୟ ରାମାୟଣ l
ଶମ୍ଭୁଆଳେ କମ୍ଭୁ ତୋଳେ ଓଁକାର ଝଙ୍କାର
ଆଶୁତୋଷ ବିଶ୍ୱ ତୋଷ ଦେବ ମହେଶ୍ୱର l
ହରେକୃଷ୍ଣ ହରେରାମ ଶ୍ରୀରାଧେ ଗୋବିନ୍ଦ l
ନମଃ ଛାୟାକାନ୍ତ ବିଶ୍ୱ ଚକ୍ଷୁ ହେ ମାର୍ତ୍ତଣ୍ଡ ।