STORYMIRROR

samhita jena

Inspirational

4  

samhita jena

Inspirational

ପ୍ରେମର ପରିଧି

ପ୍ରେମର ପରିଧି

1 min
328

ପ୍ରେମ ଏଠି ମରୀଚିକା

ତଥାପି ପ୍ରେମୀ ଯୁଗଳଙ୍କ

ଭିଡ଼ ଏଠି

ବିଚରା ମରୁଭୂମିର

ନିର୍ବୋଧ ଓଟ ଟିଏ ପରି

କଣ୍ଟାଗଛ ଖାଉ ଖାଉ

ଓଠରୁ ଝରୁଥିବା

ନିଜ ରକ୍ତ ନିଜେ ପିଉ ଥାଏ।


ପ୍ରେମ ଏଠି ଦୂର ଦିଗବଳୟ

ଯେଉଁଠି ଆକାଶ ମାଟିକୁ

ଆଲିଙ୍ଗନ କରିବାର

ଭ୍ରମ ସୃଷ୍ଟି କରୁଥାଏ

ତଥାପି ବିରହ ବେଦନାରେ

ପ୍ରେମିଟିଏ ନିଇତି ଝୁରି ମରୁଥାଏ।


ପ୍ରେମ ଏଠି ଦୂର ପାହାଡ଼ଟିଏ

କିନ୍ତୁ ନିକଟକୁ ଗଲେ

ଦୃଷ୍ଟି ଗୋଚର ହୁଏ

ଦୁର୍ଗମ ପଥ ଟିଏ

ହାରି ଯାଆନ୍ତି ପ୍ରେମୀ ଯୁଗଳ ଏଠି

କେବେ କେହି କାହାର ହାତ ଛାଡି ଥାଏ

କେବେ ପୁଣି ଏ ସବୁର ଅନ୍ତ ଘଟିଥାଏ


ପ୍ରେମ ଏଠି ମନର ମିଳନ ନୁହେଁ

ଦେହର ମିଳନ

ପ୍ରେମ ଏଠି ଯୌବନର କ୍ଷୁଧା

ପ୍ରେମ ଏଠି ଶରୀରର 

କ୍ଷଣିକ ଉତ୍ତେଜନା

ଯାହାର ବଶବର୍ତ୍ତୀ ହୋଇ

ଅନେକ ପ୍ରେମୀ ଯୁଗଳ ଏଠି

ନିଅନ୍ତି ସଲିଳ ସମାଧି

ଏ ହେଉଛି ପ୍ରେମର ପରିଧି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational