STORYMIRROR

Kalandi pal

Inspirational

4  

Kalandi pal

Inspirational

୨୦୨୧ ର ଯାତ୍ରା

୨୦୨୧ ର ଯାତ୍ରା

1 min
395


ଭ୍ରମଣ ମୁହୂର୍ତ୍ତ  ଅପାର ଆନନ୍ଦ

   ମୁକ୍ତ ବିହଙ୍ଗଟି ପରି

ଏକୋଇଶ ସାଲେ ବିଘ୍ନ ଭ୍ରମଣରେ

    କରୋନା ନିୟମ ଜାରି!!


ଅଙ୍ଗେ ଲିଭା କଥା ମନେ ଦିଏ ବ୍ୟଥା

    ଅଭୁଲାଟି ଏହି ବର୍ଷ

ଯୁଗ ଯୁଗ ପାଇଁ ଲିପିବଦ୍ଧ ହୋଇ

    ରହିଗଲା ଇତିହାସ!!


ଦୁଃଖର କାହାଣୀ ଏହା ଦେଲା ଆଣି

    ଛାତି ଥରା ହୃଦ ବାଣୀ

ବାତ୍ୟା ବିଭୀଷିକା ସଙ୍ଗେ ଧରି ଏକା

    ଗ୍ରାସଇ ଚାଇନା ରାଣୀ!!


ହଜିଯାଏ ପ୍ରାଣ ଅଦିନ ମରଣେ

   ମନରେ କୋକୁଆ ଭୟ

କର୍ମ ହରା ହୋଇ କାନ୍ଦେ କଇଁ କଇଁ

    ହରାଇ ସ୍ୱଜନ ପ୍ରିୟ!!


ନିସ୍ତବଧ ନିଶୁନ  ସହର ଓ ଗ୍ରାମ

    ଆତଙ୍କେ ଥରଇ ମହି

ନିଜ ରକ୍ତେ ବାଡ଼ ପକାଏ ଏ ରୋଗ

    ମଡ଼ାକୁ ଛୁଅନ୍ତି ନାହିଁ!!


ଅଦିନିଆ ବର୍ଷା ଚାଷିର ଦୁର୍ଦ୍ଦଶା

    ବର୍ଷକର ଶ୍ରମ ମୂଲ୍ୟ

ମୁଣ୍ଡେ ହାତ ଦେଇ ବସେ ଚାଷି ଭାଇ

    ହାତୁ ଝାମ୍ପି ନେଲା ଚିଲ!!


ଆସମେ ଭୁକମ୍ପ ବେଙ୍ଗଲେ ଗୁଲାବ

    ପୁଣି ଆସେ ୟସ ବାତ୍ୟା

ଉଜାଡି ଦେଇଛି ପକୃତି କାନ୍ଦୁଛି

    ଧରା କାନ୍ଦେ ପିଟି ମଥା!!


ବନ୍ୟାରେ ଘାଇଲା ମହାରାଷ୍ଟ୍ର ରାଜ୍ୟ

    ତାମିଲନାଡ଼ୁରେ ବନ୍ୟା

 ଭାସି ଗଲା କେତେ ଅମୁଲ୍ୟ ଜୀବନ

    ଧନ ରତ୍ନ ନାହିଁ ସୀମା!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational