STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶୂନ୍ୟ ନିରଞ୍ଜନ

ଶୂନ୍ୟ ନିରଞ୍ଜନ

1 min
334


ଶୂନ୍ୟ ଶୂନ୍ୟ ଶୂନ୍ୟ ସେହି ମହାଶୂନ୍ୟ

ମଧ୍ୟରେ ପରମ ଜ୍ୟୋତି

ଶୂନ୍ୟ ପୁରୁଷ ସେ ଶୂନ୍ୟ ଅଣାକାର

ଶୂନ୍ୟରେ ତାହାଙ୍କ ସ୍ଥିତି l


ନାହିଁ ରୂପ ରେଖ ସର୍ବ ସ୍ଥାନେ ଦେଖ

ଅଲେଖ ତାଙ୍କ ମହିମା

ସେହି ସର୍ବ ରୁପୀ ସର୍ବ ଘଟ ବ୍ୟାପି

ନାହିଁ ଆଦି ଅନ୍ତ ସୀମା l


ନାହିଁ ପାଦ ପାଣି ନାହଁ ଇନ୍ଦ୍ରି ଯୋନି

ନାହିଁ ଆଖି କାନ ନାସ

ଶୂନ୍ୟରେ ବିହରି ସର୍ବ ଘଟେ ପୁରୀ

ଲୀଳା ତାହାର ପ୍ରକାଶ l


ଅରୂପ ସେ ସିନା ସବୁରି କରମ

କରଇ ସେ ନାନା ବିଧ

ବିଶ୍ୱକର୍ମା ସେହି ବିଶ୍ୱମୟ ସତ୍ତା

ବିଶ୍ୱାସେ ମାତ୍ର ପ୍ରସିଦ୍ଧ l


ଶୂନ୍ୟରୁ ଆସଇ ଶୂନ୍ୟେ ସଞ୍ଚରଇ

ପଞ୍ଚ ଭୁତେ କରି ବାସ

ଶୂନ୍ୟକୁ ନିର୍ମାଣି ଶୂନ୍ୟ ମଧ୍ୟେ ପୁଣି

ଯେହ୍ନେ ବିଜୁଳି ପ୍ରକାଶ l


କିଏ କହେ ତାଙ୍କୁ ରାମ,କୃଷ୍ଣ ପୁଣି

ଆଲ୍ଲା,ଯୀଶୁ, ଜଗନ୍ନାଥ

ଶୂନ୍ୟ ଅଟେ ସେହି ପରମ ପୁରୁଷ

ରୂପରେ ନାହିଁ ଆୟତ୍ତ l


ସ୍ରଷ୍ଟା ସେହି ଅଟେ ଅଦଭୂତ କର୍ମା

ସେହି ଅଟେ ପୁଣି ସୃଷ୍ଟି

ବୁଦ୍ଧି ନ ଦିଶଇ କେମନ୍ତେ ବର୍ଣ୍ଣିବି

ତାହାଙ୍କୁ ରହିଲି ଚିନ୍ତି l


ନମୋ ଶୂନ୍ୟ ରୂପୀ ନମଃ ବିଶ୍ୱବ୍ୟାପି

ନମଃ ନିଖିଳ ନିଦାନ

ହେ ବିଶ୍ୱ ବନ୍ଦନ ବିଶ୍ୱର ସ୍ପନ୍ଦନ

ନମଃ ଶୂନ୍ୟ ନିରଞ୍ଜନ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational