ଶତ୍ରୁ
ଶତ୍ରୁ
K
ଜୀବନ ରେ ଭାଇ ,
ଶାନ୍ତି ମିଳିବ କେଉଁଠି।
ଯେଉଁଠି ଯିବ ମିଳେ ,
ସବୁଠି ଅଶାନ୍ତି।
ମନ୍ଦିର କି ମଠ ଗଲେ ,
ଭାବେ ଶାନ୍ତି ମିଳି ଯିବ।
ହେଲେ ଠାକୁର ଦର୍ଶନ,
ସିନା ହେବ ଶତ୍ରୁ କେହି ଥିବ।
ଶତ୍ରୁ ଯଦି ନିକଟ ରେ,
ରୁହଇ ଗୁରୁ ଙ୍କ ପାଦ ତଳେ ଥିଲେ ବି ମନ ନ ଲାଗିବ।
ଘର ଢିଙ୍କି ଯେବେ ହୋଇବ ,
କୁମ୍ଭୀର କହିବା କାହାକୁ ଆଉ।
ଶତ୍ରୁ ହୋଇ ସିଏ ଚୋଟ ମାରୁଥିବ,
ପିଣ୍ଡେ ପ୍ରାଣ ଥାଉ ଥାଉ।
ଯିବା ଆସିବା ବେଳେ ଯଦି ,
କେହି ଶତ୍ରୁ ସାଜି ଆସିବ।
ଶୁଭ କାମ ରେ ଗଲେ ବି,
ମନରେ ଅଶାନ୍ତି ଲାଗି ରହିବ।
କେହି କାହାର ଦୁନିଆ ରେ ,
କ୍ଷତି କରୁ କି ନ କରୁ।
ଶତ୍ରୁ ତ ଆପେ ବାହାରି ଆସିବ,
ଶତ୍ରୁ ଥିବ ଯେଉଁଠି ଶାନ୍ତି ନ ମିଳିବ।
ଶାନ୍ତ ହୋଇ ବଞ୍ଚିବାଟା ଏଇ,
ସଂସାରେ ହୋଇ ଅଛି କଷ୍ଟ।
ଶତ୍ରୁ କେତେ ହୋଇବେ ଆମର,
କରିଦେବେ ଜୀବନ ନଷ୍ଟ।
ଶତ୍ରୁ ଠାରୁ ସଦା ଦୁରେଇ ରହିବା,
ଜୀବନ କୁ ସୁନ୍ଦର କରିବା।
ଅମୃତ ବି ଏଠି ବିଷ ପାଲଟି ଯିବ,
କେହି ଯଦି ଖଳ ଲୋକ ଶତ୍ରୁ ହୋଇ ଦେଉ ଥିବ।