STORYMIRROR

rasmi maye pati

Inspirational

3  

rasmi maye pati

Inspirational

ହୋଲି ର ଶୁଭ କାମନା

ହୋଲି ର ଶୁଭ କାମନା

1 min
187


ରଙ୍ଗ ପସରା ଟା ଖାଲି ହୋଇ ଗଲା

  ରଙ୍ଗ କି ଅଛି ଯେ ହୋଲି ଖେଳିବ

ରାଧା କୃଷ୍ଣ ପ୍ରେମ କାହିଁ ହଜି ଗଲା

 ଗରଳ ମିଶିଲା ହେଲା ଦୂଷିତ।।।

ଦୂଷିତ ହୋଇଲା ଜମୁନା ର ଜଳ 

 କଦମ୍ବ ଗଛ ରେ ଲାଗିଲା ପୋକ

ପ୍ରେମ ଅର୍ଥ ଆଜି ନୁହଁଇ ଶାଶ୍ଵତ

 ଅଢେଇ ଦିନ ରେ ପ୍ରେମ ସୀମିତ।।।

ସାର୍ଟ ପ୍ୟାଣ୍ଟ୍ ପରି ପ୍ରେମ ବଦଳୁଛି

 ପ୍ରେମ ଅର୍ଥ ଆଜି ହେଲା ବିକୃତ

  ରାଧା କୃଷ୍ଣ ପ୍ରେମେ କାଳି ବୋଳି ଦେଲେ

ରଙ୍ଗ ଖେଳ ଖାଲି ନାମକୁ ମାତ୍ର।।

ମୁଣ୍ଡଫଟା ଆଉ ବାର୍ଣିସ ମିଶିଲେ

  ଅବିର ସାଙ୍ଗରେ ଚୁକ୍ତି କରିଲେ

ମଧ୍ୟାହ୍ନ ଅନ୍ତରେ ମିଶି ଯିବା ଆମେ

 ନଡ଼ିଆତେଲ ଓ shampoo ବୋତଲେ

Dj ବଜେଇକି କେତେ ପ୍ରହସନ

 ନାକ ଯାଏଁ ଟେକି ଦାଣ୍ଡେ ଗଡିଲେ

କେତେ ରଙ୍ଗ ବୋଳା ଓ ଟଣା ଓଟରା

 ମଦ ମାଂସ ଭୋଜି କରି ଖାଇଲେ।

ଏଇ ହେଲା ଆଜି ପ୍ରେମ ହୋଲି ଅର୍ଥ

 କେତେ ଭିଡା ଭିଡ଼ି ପାଚେରୀ ଡେଇଁ

ହୋଲିକା ରାକ୍ଷସୀ ଦେଖାଣିଆ ପ୍ରେମ

 ଭକ୍ତ ପ୍ରହ୍ଲାଦ କୁ କୋଳେ ବସାଇ।।

ରାଧା କୃଷ୍ଣ ପ୍ରେମ ଦେଖିବାକୁ ମଜା

 ଜୀବନ ଟା ସାରା ମାନିବା କଷ୍ଟ

ହୋଲିକା ର ପ୍ରେମ ଶ୍ରେଷ୍ଠ ନିଦର୍ଶନ

 ଅଢେଇ ଦିନ ରେ ପ୍ରେମ ସୀମିତ।।

ହୋଲିକା ର ପରି ଜଳିବା ଆଗରୁ 

 ରାଧା କୃଷ୍ଣ ପଦେ ପଶ ଶରଣ

ପ୍ରେମ ର ରଙ୍ଗ ରେ ଜୀବନ ଟା ଭର

 ବିକୃତ ପ୍ରେମ କୁ କର ବର୍ଜନ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational