STORYMIRROR

Nilamani Thapa

Children Stories Others Children

3  

Nilamani Thapa

Children Stories Others Children

ଶିଶୁ ଦିବସ

ଶିଶୁ ଦିବସ

1 min
192


ଶିଶୁ ପ୍ରିୟ ନେତା            ଭାରତ ମାଟିର

          ନେହେରୁ ଅଟଇ ନାମ

ତାଙ୍କ ଜନ୍ମ ଦିନେ            ପାଳନ ହୁଅଇ

          ଶିଶୁଙ୍କର ଜନ୍ମ ଦିନ ।।


ପ୍ରତି ବର୍ଷ ପଡେ              ନଭେମ୍ବର ମାସ

           ଚଉଦ ତାରିଖ ଦିନ

ଶ୍ରଦ୍ଧା ଭକ୍ତି ଶହ              ପାଳନ କରନ୍ତେ

          ସ୍କୁଲ କଲେଜ୍ ମାନ ।


ଏହି ଦିନ ଟାରେ             ଅନେକ ପ୍ରବକ୍ତା

         ଦିଅନ୍ତି ଭାଷଣ ମାନ

ଶିଶୁଙ୍କର ପ୍ରତି             କେତେ ଆଡ଼ମ୍ବରରେ

        ହୁଅଇ ଯେ ସମ୍ବୋଧନ ।


ଆଜିର ଶିଶୁ ଟି             କାଲି ଭବିଷ୍ୟତ

         ରଖିବେ ମାଟି ମାଁ ନାମ

ତାଙ୍କରି ପାଇଁ ତ             ଏ ଶିଶୁ ଦିବସ

          ପାଳନ୍ତି ଜଗତ ଜନ ।


ବିଭିନ୍ନ ପ୍ରକାରେ             ଖେଳ କୁଳ ହୁଏ

          ଛୁଆ ପିଲାଙ୍କୁ ନେଇଣ

ଖେଳ ଶେଷରେ             ପୁରସ୍କାର ଦେଇ

          ସନ୍ତୋଷ କରନ୍ତି ମନ ।

    

ଯେତେ ପ୍ରତିଯୋଗୀ        ହୋଇ  ପୁରସ୍କୃତ

          ଖୁସି ରେ ଫେରନ୍ତି ଘର

ଶିଶୁଙ୍କ ର ଏହି               ଉପହାର ହେଲା

          ଶିଶୁ ଦିବସ ଦିନର ।




      

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍