ଖୋଲା ଚିଠି….ଶ୍ରୀଜଗନ୍ନାଥଂକୁ
ଖୋଲା ଚିଠି….ଶ୍ରୀଜଗନ୍ନାଥଂକୁ
ତୁମ ଇଚ୍ଛା ବିନା ପତ୍ରଟି ହଲେନି
କିଆଁ ଦୋହଲିଲା ଭିତ୍ତିପ୍ରସ୍ତର
ପ୍ରାଚୀନ ମନ୍ଦିର ଐତିହ ସୁରକ୍ଷା
ସଂରକ୍ଷଣ ପାଇଁ ମହାସମର ।
ପୂଜା ଉପଚାର ପ୍ରାର୍ଥନା ଭଜନ
ପୁରୁଣା ହେଲାଣି ଠାକୁରେ ତୋର
ଭକ୍ତଙ୍କ ପ୍ରକାର ଢଙ୍ଗ ବ୍ୟବହାର
ଆଧୁନିକତା ଉନ୍ନତି ଜୋରସୋର ।
ବଡ ଠାକୁର ହେ ବଡ ଲୋକ ତୁମେ
ଜଗତର ରଥ ହାତେ ତୁମର
କଳ୍ପନା ଜଳ୍ପନା ଦ୍ୱନ୍ଦ୍ୱ ମଧ୍ୟେ ରହି
ଦୃଢ ନିଷ୍ପତ୍ତିରେ ନାହିଁ ନଜର ।
ତୁମ ପରିକ୍ରମା ପ୍ରକଳ୍ପ କାମର
ସମୀକ୍ଷା ସମାଧାନ ସକାଶେ
କେତେ ଆଶା ନେଇ ଭକ୍ତ ଯାଇଥିଲେ
କରଯୋଡି ନ୍ୟାୟାଳୟର ପାଶେ ।
କେଉଁ ଆଧାରରେ ଅବା ଉଦ୍ଦେଶ୍ୟରେ
ପ୍ରର୍ଥନା ତାଙ୍କର କଲ ଖାରଜ
ମନ ଭରିଲାନି ନ୍ୟସ୍ତସ୍ୱାର୍ଥ କହି
ଦଣ୍ଡ ଜୋରିମାନା ଓ ଲୋକଲାଜ ।
ରଥଟଣା ପାଇଁ ପୂର୍ବେ କେତେ ନାଟ
ତୁମ ଇଚ୍ଛା କଲ ତୁମେ ପୂରଣ
ତୁମର ମନ୍ଦିର ତୁମରି ଐତିହ୍ୟ
ତୁମ ହାତେ ତାର ସୁରକ୍ଷା ଜାଣ ।
ମକ୍କା ମଦିନା ଭାଟିକାନ ସିଟି
ବିଶ୍ୱର ମହାନ ଦର୍ଶନ ସ୍ଥଳ
ତୁମ ଶ୍ରୀମନ୍ଦିର ଶ୍ରୀକ୍ଷେତ୍ର ତୁମର
ବିଶ୍ୱ ଦର୍ଶନର ମହାନ ସ୍ଥଳ ।
ତାହାର ସୁରକ୍ଷା ସଂରକ୍ଷଣ ଜିମା
ତୁମ ସମର୍ପିତ ହେ ମହାବାହୁ
ଅକ୍ଷୟ ହେଉ ପୂଣ୍ୟ ଜଗତେ
ଧର୍ମର ଜୟ ହେଉ
ଧର୍ମର ଜୟ ହେଉ ।
