Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gautam Das

Inspirational Children

3  

Gautam Das

Inspirational Children

ବଡ଼ଭାଇ ବିଶ୍ୱନାଥ

ବଡ଼ଭାଇ ବିଶ୍ୱନାଥ

1 min
124


ସମ୍ବୋଧିତ ବିଶ୍ୱନାଥଙ୍କ ନାମେ

ପ୍ରଥମ ଗର୍ଭର ସନ୍ତାନ ତୁମେ ।


ପାଇଲ ଅଜାଙ୍କ ରୂପ ଆକାର

ବଇଦ କରମ କଲ ସାକାର ।


ସ୍ନେହଁ ନାମ ବୁଲୁ ହୋଇଲା ତୁମ

ଚଉଧୁରୀ ମନମୋହନ ସମ ।


ଦୂରେ ରହି ଶିକ୍ଷା ଗ୍ରହଣ କଲ

ଶେଷେ ପ୍ରାଣୀ ସେବାକର୍ମ ବାଛିଲ।


ବିଷୟ ସଂସ୍କୃତ ମୋହିଲା ମନ

ପଠନରେ ରହି ଛାତ୍ର ବିଜ୍ଞାନ ।


ଥିଲା ରୂପ ଗୁଣରେ ଜମିଦାରୀ

ଅର୍ଥ ସ୍ୱଚ୍ଛଳତା ପାଇଁ ଚାକିରୀ ।


ସମର୍ପିଲ ପ୍ରାଣ ପ୍ରାଣୀ ସେବାରେ

ଗୃହସ୍ଥ ଆଶ୍ରମ ବ୍ରତୀ ହେବାରେ ।


ପାଳିଲ କରମ ବ୍ରତ ଈଶ୍ୱର

ବ୍ୟକ୍ତିତ୍ୱ ତୁମ ଭୋଳା ମହେଶ୍ୱର ।


ଦାସ ପରିବାରେ ଅଗ୍ରଜ ହୋଇ

କଥା ନୁହେଁ କର୍ମେ ମହତ୍ୱ ଦେଇ ।


ଭାଗ୍ୟେ ପୁତ୍ର ପୁତ୍ରୀ ଭାରିଯା ପାଇ

ଧର୍ମେ ପିତା ମାତା ଭଉଣୀ ଭାଇ ।


କର୍ମାହୁତି ଝାସେ ଦେଲ ଜୀବନ

ଶ୍ରମରେ କର୍ମରେ ଚୀର ସୃଜନ ।


ଅବସାଦ କ୍ଳାନ୍ତି ପୀଡାରେ ଥାଇ 

ଜଗତ ସେବାରେ ଆନନ୍ଦ ପାଇ ।


ରୋଗ ସୁଖ ଦୁଃଖଭରା ସଂସାର

ଜରା ଜନ୍ମ ମୃତ୍ୟୁ ସତ୍ୟ ସ୍ଥବିର ।


ପରମାୟୁ ପରମାତ୍ମାଙ୍କ ହାତେ

ନିମିତ୍ତ ମଣିଷ ଜୀବନ ସତେ ।


ଶେଷ ନିଷ୍ପତ୍ତିର ଘଡି ଆସିଲା

ଆତ୍ମା ଶରୀରରୁ ମେଲାଣି ନେଲା ।


ଧରମେ ପ୍ରାପତ ପରମଗତି

ପୂଣ୍ୟ ସ୍ୱର୍ଗଦ୍ୱାରେ ଶରୀରାହୁତି ।


ପାଉ ତୁମ ଆତ୍ମା ଯେ ସଦଗତି

ପ୍ରଭୁ ଚରଣରେ ପ୍ରାର୍ଥନା ନିତି ।



Rate this content
Log in

Similar oriya poem from Inspirational