ମାତୃଭାଷା ପାଇଁ ପ୍ରୀତି
ମାତୃଭାଷା ପାଇଁ ପ୍ରୀତି
କୋଟି ପୂଣ୍ୟ କରି ଜନ୍ମିଲୁ ଉତ୍କଳେ
କର୍ମେ ମାଆ ମାଟି ନୋହିଲା କପାଳେ ।
ଅ ଆ କ ଖ ଛାଡି଼ ଏ ବି ସି ଶିଖିଲୁ
ଦେଶ ଜାତି ମାତୃଭାଷାକୁ ଭୁଲିଲୁ ।
ପେଟ ପାଇଁ ତୁ ଗାଆଁ ଭାଇ ଛାଡିଲୁ
ମାଆ ମାଟି ଛାଡି ବିଦେଶ ଯେ ଗଲୁ ।
ନବ ଯୁଗ ସୂତ ବିଜ୍ଞାନର ବଳେ
ବେଗେ ଚାଲି ଧରା ଆକାଶ ଓ ଜଳେ ।
ମାଆ ମାତୃଭାଷା ଆଉ ଗାଆଁ ମାଟି
ସୂତ ତାର ଗଳେ ପ୍ରବାଳର କଣ୍ଠି ।
ଯଦି ମାତୃଭାଷା ପାଇଁ ତୋର ପ୍ରୀତି
ଆଉ ଜନମିଛି କାଳିଆ ଭକତି ।
ଆଶିଷ କରିବେ ନିଶ୍ଚୟ କାଳିଆ
ମାତା ଶୁଭଦ୍ରା ଆଉ ଭାଈ ବଳିଆ ।
ଅଟେ ମହୀୟାନ ତୋ ମାତା ଉତ୍କଳ
ଦେଖି ସନ୍ତାନର ଜ୍ଞାନ ବୁଦ୍ଧିବଳ ।
ହୋଇବ ଉତ୍କଳ ମାତା ଗର୍ବିତ
ବିଦେଶେ ତା ସୂତ ନୁହେଁ ଲଜ୍ଜିତ ।
ମା ମାଟି ମାତୃଭାଷାର ଆଦର
ବଂଚିଅଛି ହୃଦେ ତା ସନ୍ତାନର ।
