STORYMIRROR

Gautam Das

Abstract Inspirational Children

3  

Gautam Das

Abstract Inspirational Children

ଆଖି ବୁଜିଦେଲି ଭାବିବୁ ନାହିଁ, ଆଶିଷ ଢାଳିବୁ ସ୍ୱର୍ଗରେ ରହି

ଆଖି ବୁଜିଦେଲି ଭାବିବୁ ନାହିଁ, ଆଶିଷ ଢାଳିବୁ ସ୍ୱର୍ଗରେ ରହି

1 min
226

କେବଳ ସିଏ ଗଢ଼ିଛି ଯିଏ,

ବେଳଥାଉ ଥାଉ ଚେତେଇ ଦିଏ। 


କହେ କଟି ପୁଅ ହସୁଥା ନିତି,

କର୍ମ କରି ଚାଲ କର୍ମରେ ପ୍ରୀତି।


ନୀତି ଅନୀତିକୁ ମନରେ ରଖି,

ସୁବାଟେ ଚାଲିବୁ ତୁ ମୋର ଆଖି।


ଆଖି ବୁଜିଦେଲି ଭାବିବୁ ନାହିଁ, 

ମୋ ଆତ୍ମା ତୋ ପଛେ ନିଇତି ଥାଇ।

ସନ୍ତାନ :

ଗଢା ହୋଇଛି ମା’ ତୋହରି ଠାରୁ,

ତୁମେ ଯେ ମୋହର ପ୍ରଥମ ଗୁରୁ ।


ଦେଇଛ ସୁଜ୍ଞାନ କେତେଯେ ମୋତେ

ସେସବୁ ସାରଥୀ ଆଜିର ରଥେ ।


ଭଲବାଟେ ତୁମେ ଯେ ଚାଲିଥିଲ

ସାରା ଜୀବନ କୁ ସେପାଇଁ ଦେଲ ।


କର୍ମ ସେବା ଧର୍ମ ପାଥେୟକରି

ଆତ୍ମପ୍ରଚାରରୁ କୋଶେ ଦୂରେଇ ।


ନେତ୍ରୀ ତୃଣମୂଳ ଥିଲ ସୁଯୋଗ୍ୟ

ଦୃଷ୍ଟାନ୍ତ ତୁମ ମା’ ଅତୁଳନୀୟ ।


ଉପମା ତୋର ମୁଁ କେମିତି ଦେବି

ଆମେ ତୋର ସୃଷ୍ଟି ତୁ ଆମ କବି ।


ଚାଲିବି ସୁବାଟେ ମା ନିଶ୍ଚେଁ ମୁହିଁ

ନିତି ଧର୍ମ କର୍ମ ସେବାରେ ରହି ।


ଜାଣେ ମୁଁ ଏତିକି ତୁ ଆମପାଇଁ

ଆଶିଷ ଢାଳିବୁ ସ୍ୱର୍ଗରେ ରହି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract