Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishnupriya Panda

Children

3  

Bishnupriya Panda

Children

ଜ୍ୟେଷ୍ଠ ଶ୍ରେଷ୍ଠ

ଜ୍ୟେଷ୍ଠ ଶ୍ରେଷ୍ଠ

1 min
184



ଶ୍ରୀମଦ୍ଭାଗବତ ଗୀତା ରେ

କୃଷ୍ଣ ଅର୍ଜୁନେ କହି

ମାସ ମଧ୍ୟେ ମାର୍ଗଶିର ଯେ

ଶ୍ରେଷ୍ଠ ମାସ ବୋଲାଇ

ଶ୍ରୀମହାଲଷ୍ମୀ ଆବିର୍ଭାବ ହୋନ୍ତି

ଏହି ମାସରେ.

ଘର ଦ୍ୱାର ସଫା ଝୋଟି ଯେ

ଝଟକାଇ ଦ୍ୱାରରେ

ପ୍ରଥମେ ପ୍ରଥମା ଅଷ୍ଟମୀ

ଜ୍ୟେଷ୍ଟେ ଶ୍ରେଷ୍ଠ ସଂନମାନ

ସର୍ବ ଗୃହେ ବନ୍ଧୁ ବାନ୍ଧବ

ହୁଏ ପର୍ବ ପାଳନ

ପିତା ମାତା ଙ୍କର ବୋଝକୁ

ନିଏ ଜ୍ୟେଷ୍ଠ ସନ୍ତାନ

ମୁଖାଗ୍ନି ରେ ଅଧିକାର ତ

ତାର ଅଟଇ ଜାଣ.

ସମସ୍ତ ଙ୍କ ସୁଖ ଦୁଃଖ ରେ

ସଦା ପାଖରେ ଠିଆ

ଜ୍ୟେଷ୍ଠ ପିଲା ହେଲେ କର୍ମଠ

କନିଷ୍ଠ ପଛେ ଠିଆ

ଓଡ଼ିଆ ଘରର ଚଳଣି

ଏତ ବଡ଼ ବିଚିତ୍ର

ସମସ୍ତେ ପାଳନ୍ତି ଏହାକୁ

ପୁଣି ହୋଇ ଏକତ୍ର

ମାତୁଳାଳୟ ରୁ ପୋଷାକ

ମିଠା ଆସଇ ପୁଣି

ଷଷ୍ଠି ଦେବୀ ଙ୍କୁ ଆବାହନ

କଳସେ ରଖି ପାଣି

ବଡ଼ ପିଲାକୁ ବନ୍ଦାପନା

କରାହୁଏ ଏ ପର୍ବେ

ହଳଦୀ ପତ୍ରରେ ଏଣ୍ଡୁରିପିଠା

ଖାଆନ୍ତି ସର୍ବେ

ମହା ପ୍ରଭୁ ଲିଙ୍ଗରାଜଙ୍କ

ମାମୁଁ ବରୁଣେଶ୍ୱର

ନୂତନ ବସ୍ତ୍ର ଯେ ପଠାନ୍ତି

କରି ବହୁ ଆଦର

ଜଗା ବଳିଆ ଙ୍କ ମାମୁଁ ଯେ

ପୁଣି ମାଧବାନନ୍ଦ

ସେତ ନୂଆ ବସ୍ତ୍ର ପଠାନ୍ତି ମନେ

ହୋଇ ଆନନ୍ଦ

ଜ୍ୟେଷ୍ଠ କୁ ଶ୍ରେଷ୍ଠ ସଂମାନର

ଅଧିକାର ଦିଅନ୍ତି

ଗୃହର ସମସ୍ତ ଦାୟିତ୍ୱ

ତାହା ପରେ ଲଦନ୍ତୀ

ଗୁରୁ ଗୁରୁଜନେ ପ୍ରଣମି

ଚନ୍ଦନ ରେ ଚର୍ଚ୍ଚିତ

କନିଷ୍ଠ ରେ ସ୍ନେହ କରନ୍ତି

ଜ୍ୟେଷ୍ଠ ମୂଲ୍ୟ ବହୁତ

ପ୍ରଥମେ ଗୃହ କୁ ଆସିଣ

ଗୃହଜନ ଙ୍କୁ ଖୁସି

ବାଣ୍ଟି ଥିବା ହେତୁ ଜ୍ୟେଷ୍ଠ ତ

ଏଠି ଶ୍ରେଷ୍ଠ ବୋଲାନ୍ତି ।



Rate this content
Log in

Similar oriya poem from Children