Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ଦାୟିତ୍ୱବୋଧ

ଦାୟିତ୍ୱବୋଧ

1 min
171



ମନୁଷ୍ୟ ଅଟଇ ସାମାଜିକ ପ୍ରାଣୀ

ସମାଜ ବିଶେଷ ଅଙ୍ଗ

ଲୋଡା ସୁପାତ୍ରତା ନିରୂପିତ କ୍ଷେତ୍ରେ

ଉତ୍ତମ ଦାୟିତ୍ୱବୋଧ ।


ସ୍ଥାନ କାଳ ଭେଦେ କର୍ମ ଭିନ୍ନ ଭିନ୍ନ

ପଦ ଓ ଦାୟିତ୍ୱ ଭାର

କରେ ସମ୍ପାଦନ ସୁପାତ୍ର ପ୍ରଭାରୀ

ହୋଇ ସଦା ଯତ୍ନଶୀଳ ।


ଅଧିକାର ସହ ରହିଛି ସ°ଲଗ୍ନ

ସୁକର୍ତ୍ତବ୍ୟ ସମୁଚିତ

କଲେ ଉପଭୋଗ ସୁବିଧା ସୁଯୋଗ

ସଚେତ ହେବା ଉଚିତ ।


ସମ୍ବଳ ସମୟ ଅତି ଆବଶ୍ୟକ

ଅଟେ ବଡ଼ ମୂଲ୍ୟବାନ

ନ ହେଉ ବିନଷ୍ଟ କ୍ଷୟ ଅକାରଣ

ଦରକାର ସ°ରକ୍ଷଣ ।


ହେଉ ବ୍ୟକ୍ତିଗତ ଅବା ସାଧାରଣ

ସମ୍ପତ୍ତି ଚଳ ଅଚଳ

ରଖିବା ସମ୍ଭାଳି କର୍ତ୍ତବ୍ୟ ଅଟଇ

ଉତ୍ତରଦାୟିତ୍ୱ ଭାର ।


ସ୍ୱାସ୍ଥ୍ୟ ସେବା ଶିକ୍ଷା ଅବା ଦେଶ ରକ୍ଷା

ଭିନ୍ନ ଭିନ୍ନ କର୍ମ କ୍ଷେତ୍ରେ

ହୋଇଛନ୍ତି ବହୁ ଲୋକ ନିୟୋଜିତ

ପଦବୀ ଉଚ୍ଚ ବା ନୀଚ୍ଚେ ।


ନିଜ ସୁକର୍ତ୍ତବ୍ୟ ସୂଚାରୁ ରୂପରେ

ହୁଏ ଯଦି ସମ୍ପାଦନ

ଦେଶର ପ୍ରଗତି ହେବ ତ୍ୱରାନ୍ୱିତ

ବିକାଶ ହେବ ସାଧନ ।



Rate this content
Log in

Similar oriya poem from Inspirational