Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Children

3  

Smitarani Barik

Children

ବୂକ୍ଷ ହିଁ ଜୀବନ

ବୂକ୍ଷ ହିଁ ଜୀବନ

1 min
183



           

   

ବିଶ୍ଵ ମାନଚିତ୍ରେ ପଡେ ହାହାକାର

     ପ୍ରଚଣ୍ଡ ରୌଦ୍ରତାପରେ

ବୃକ୍ଷ ହିଁ ଜୀବନ ବୃକ୍ଷ ଆମ ପ୍ରାଣ

      ଅମ୍ଳଜାନ ଦିଏ ନରେ ।


ସକଳ ଶକ୍ତି ର ଆଧାର ଅଟନ୍ତି

        ମାରତଣ୍ଡ ଦିବାକର

ବୃକ୍ଷ ବିନା ଆଜି ଉତ୍ତପ୍ତ ବସୁଧା

        ସର୍ବେ ହ୍ଵନ୍ତି ହାହାକାର ।


ବୃକ୍ଷ ପରଶୁଛି ଫୁଲ ଫଳ ପତ୍ର

         ଛାଇ ଆସବାବ ପତ୍ର

ଜାଳେଣି କାଠ ରୁ ସମିଧର କାଠ

         ଗୃହ ନିର୍ମାଣ ସର୍ବତ୍ର ।


ତାପ ମାତ୍ରା ଆଜି ହୁ ହୁ ବଢେ

        ହୁଏ ପ୍ରଚଣ୍ଡ ଗରମ

ଉତ୍ତପ୍ତ ବତାସ ପ୍ରବାହିତ ହୁଏ

        କ୍ଷୀଣ ହେବାଯୋଗୁଁ ବନ ।


ବନ ଜୀବଜନ୍ତୁ ବିନାଶ ହୋଇଲେ

          ବିନାଶ ହେବାରୁ ବନ

ପଶୁ ପକ୍ଷୀ ଜୀବ ଘରମୁହାଁ ହୋଇ

        ନିଅନ୍ତି ମଣିଷ ପ୍ରାଣ ।


ଜଙ୍ଗଳ ବିନାଶ ହେବାଯୋଗୁଁ ଆଜି

       ହୀନ ବୃଷ୍ଟି ହୁଏ ମହୀ

ଋତୁ ଚକ୍ର ଆଜି ଅନିୟମିତତା 

       ଆମେ ପ୍ରକୃତିର ବଡ଼ ଦ୍ରୋହି ।


ଯେଉଁ ଆଡେ ଦେଖ ପକ୍କା ପିଚୁ ରାସ୍ତା

        ନଭଶ୍ଚୁମ୍ଵି ଛାତ ଘର

କଳ କାରଖାନା ଯାନବାହାନର

        ପ୍ରଦୂଷିତ ବାୟୁ ସ୍ତର ।


ପ୍ରଦୂଷିତ ହେଲା ଜଳ ବାୟୁ ଆଜି

       ଖସିଗଲା ଜଳସ୍ତର

ବୃକ୍ଷ ବିନା ଦିନେ ଧ୍ଵଂସ ହେବ ପୃଥି

       ଅଭାବେ ଅମ୍ଳଜାନ ର ।


ହୋଇ ଆଗୁସାର ଗଛ ଲଗାଇବା

        ବଞ୍ଚିବାକୁ ଥିଲେ ପ୍ରାଣ

ବନ ସଂରକ୍ଷଣ କରିବା ସଭିଏଁ

       ଲଗାଇଣ ତନୁ ମନ ।


ମଳୟ ବତାଶ ଦିଗ ହରାହେଲା

        ବସନ୍ତର ଆଗମନେ

ବର୍ଷା ଋତୁ ରେ ବୃଷ୍ଟି ହୀନ ହୁଏ

        କୃଷକ ହତାଶ ମନେ ।


Rate this content
Log in

Similar oriya poem from Children