STORYMIRROR

Akshayakumar Dash

Children

3  

Akshayakumar Dash

Children

ମନ

ମନ

1 min
11.9K


ଜଳ ପବନ ଆଲୋକ ଠାରୁ ଚଞ୍ଚଳ ଆମ ମନ

ପକ୍ଷୀ ପରିକା ଉଡ଼ିବୁଲଇ ଅଥୟ ଜନ ଜନ ।

ମନ ବିଜୟ କରିପାରିଲେ ହୋଇବା ଦିନେ ବଡ

ମନ ଅଇନା ଦେଖିବା ନିତି ନିଜକୁ ନିଜେ ଗଢ଼ ।

ମନ ପୁଣିବି ଚାହେଁଇ କିଛି ଧନ ଦରବ ଟଙ୍କା

ଯେଉଁଟି ପାଏ ଶରଧା ଟିକେ ସେଇଠି ମନ ରଙ୍କା।

ଯଦିବା କେବେ କାମରେ ଅବା ପାଠରେ ନାହିଁ ମନ

ନିରବେ ବସି ବିଚାର କରି ଉପାୟ ଖୋଜ ଧନ।

କାହା ସହିତ କରନି କଳି ବଇରୀ ନୁହଁ କେହି

ସଂଯତ ରଖି ମନକୁ ଚାଲ କାମ ଧିଆନ ଦେଇ।

ମୁଖରେ ରଖି ଅମୃତ ଭାଷା ଦିଅଇ ସୁଖ ଜନେ

ଲୋକ ତୁମକୁ ଆଦର କରି ବସିବେ ରଖ ମନେ।

ମନର ଭାବ ମୁଖରେ ଫୁଟେ ପୋଖରୀ ଜଳ ପରି, 

ଗୋଳିଆ ରଖିବସିଲେ ମନ ରୋଗ କୁ ଆଣ ଧରି ।

ମନ ଯାହାର ହୋଇବ ବଶ ବିବେକ ଯିବ ବଢି

କରମ ହେବ ସବୁରି ହିତ ଆଗକୁ ଯିବ ବଢି ।

ମଣିଷ ପଶୁ ପକ୍ଷୀ ସକଳ ସଦୟ ଭାବ ରଖି

ସରସ ସୁଖ ମୟ ସଂସାର ଗଢିବା ଆସ ସଖି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Children