STORYMIRROR

Pranati Mahapatra

Children Stories

3  

Pranati Mahapatra

Children Stories

ପରିବେଶ

ପରିବେଶ

1 min
11.8K

ପରିବେଶ ପରିବେଶକୁ ପ୍ରଦୂଷିତ କରି

ଅଘଟଣ ଘଟାଉଛି,

ପ୍ରକୃତି ଦାନକୁ ଅବମାନନା କରି

ନିଜକୁ ଜ୍ଞାନୀ ବୋଲାଉଛି।


ବୃକ୍ଷ ଲତା ପାହାଡ଼ ଜଙ୍ଗଲକୁ ନେଇ

ଆମ ଏ ସୁନ୍ଦର ପରିବେଶ,

ତାର ସୁରକ୍ଷା କରିବା ତ ଆମେ

ମୁଖେ ଉକୁଟିବ ହସ।


ସବୁଜ ସୁନ୍ଦର ବନାନୀ ଭିତରେ

ଜୀବଜନ୍ତୁଙ୍କର ବାସ,

ବିଭୁକୃପା ବଳେ ବିଚରନ୍ତି ସର୍ବେ

ଏଇ ଆମ ପରିବେଶ।


ବୃକ୍ଷ ରୋପଣ କରି ଆମ ପରିବେଶ

କରିବା ସବୁଜ ସୁନ୍ଦର,

ଶ୍ଵାସ ପାଇଁ ଶୁଦ୍ଧ ଅମ୍ଳଜାନ ନେବା

ରହିବା ସୁସ୍ଥେ ଗୃହର।


କଳକାରଖାନା ଗାଡ଼ି ମଟର ଧୂଆଁ

ବୃକ୍ଷ ଛେଦନ କରି,

ପରିବେଶ ଆମ ପ୍ରଦୂଷଣ ହୁଏ

ଅଟ୍ଟାଳିକା ଠିଆ କରି।


ଆମ ପରିବେଶ ଆମେ ସୁସ୍ଥ ରଖିବା

କର୍ତ୍ତବ୍ୟ ପରା ଆମର,

ଲୋକ ଦେଖାଣିଆ ଗଛ ଲଗାଇଲେ

ସୁରକ୍ଷା ଦାୟିତ୍ୱ କାହାର।


ଗଛ ଲଗାଇ ଦାୟିତ୍ୱ ନ ସାରି

ଖତ ପାଣି ଦେଇ ସୁରକ୍ଷା ଦେବା,

ଶ୍ରମ ସାର୍ଥକ ହୋଇବ ଆମର

ପରିବେଶ ସୁସ୍ଥ ରଖିବା।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ