STORYMIRROR

pranati Mahapatra

Children

3  

pranati Mahapatra

Children

ନଦୀ

ନଦୀ

1 min
78

ସ୍ଵତଃ ପ୍ରବାହିତ ଜଳବାହକ

  ନାମ ପରା ତା'ର ନଦୀ,

ମଧୁର ଜଳ ତା ଗର୍ଭେ ଧରିଥାଏ

  ବହିଯାଇ ମିଶେ ସମୁଦ୍ର ନଦୀ।


ନିର୍ଝରିଣୀ ସରସ୍ୱତୀ କଲ୍ଲୋଳିନୀ

    ସମୁଦ୍ରଗା ସ୍ରୋତବାହା,

ସରିତ ଆପଗା ତଟିନୀ ହ୍ରଦିନୀ

   ନିମ୍ନଗୀ ସ୍ରବନ୍ତୀ ସରିତା।


ସଂଜ୍ଞା ନ ଥାଏ ପରା ନଦୀର

      ଜଳଚକ୍ରର ଏକ ଅଂଶ,

ଭୂମି ମଧ୍ୟରେ ବେଳେ ବେଳେ 

     ହୋଇଥାଏ ପ୍ରବାହିତ।


ଓଡ଼ିଶାର ଗଙ୍ଗା ଅଟେ ମହାନଦୀ 

      ଓଡ଼ିଶାର ବଡ଼ନଦୀ,

ବୁଢାବଳଙ୍ଗ ବ୍ରାହ୍ମଣୀ ଓଡ଼ିଶାର

     ଅଛି ବୈତରଣୀ ନଦୀ।


ଆଗେ ନଦୀ ଜଳ କେତେ ଯେ ନିର୍ମଳ

     କରୁଥିଲେ ପରା ପାନ,

ବାୟୋକେମିକାଲ ଅକ୍ସିଜେନ କୋଲିଫର୍ମର

      ମିଶି ପ୍ରଦୂଷିତ ଜାଣ।


କୂଆଖାଇ ଦୟାନଦୀ ବ୍ରାହ୍ମଣୀର

   ଜଳ ଯେ ଏବେ ବିଷାକ୍ତ,

ଋଷିକୂଲ୍ୟା ସୁବର୍ଣ୍ଣରେଖା ସାଳନ୍ଦୀ

   କାଠଯୋଡ଼ି ବୁଢାବଳଙ୍ଗ।


ବର୍ଷା ଋତୁ ରେ ନଦୀବଢି ଆସି

   ପଟୁ ମାଡି କ୍ଷେତ ଉର୍ବର,

ବଢି ପରେ ଚଷା ପୁଅ ଚାଷ କରି

  ଅମଳ କରେ ଫସଲ ପ୍ରଚୁର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children