STORYMIRROR

Pranati Mahapatra

Children Stories

3  

Pranati Mahapatra

Children Stories

ଆମ ବିଦ୍ୟାଳୟ

ଆମ ବିଦ୍ୟାଳୟ

1 min
12.2K

ବିଦ୍ୟାଳୟ ଯିବା ଆଗୁ ଚାଟଶାଳୀ ଯିବା, ଅ ଆ ପଣିକିଆ ବର୍ଣ୍ଣବୋଧ ପଢିବା,

ସାତବାର ବାରମାସ ଫଳା ପାଠ ପଢିବା, ଚାଟଶାଳୀ ପାଠ ସାରି ବିଦ୍ୟାଳୟେ ପଢିବା।

ବିଦ୍ୟାର ଆଳୟ ଯହିଁ ବିଦ୍ୟାଳୟ ହେଲା, ନୂଆ ପାଠ ପଢି ଭଲ ମଣିଷ ହୋଇବା ଦେଶ ବିଦେଶ ଖବର ଓଡ଼ିଆ ସଂସ୍କୃତ ପଢିବା ଜାଣିବା ବେଦ ଗୀତା ଭାଗବତ।

ଖେଳକୁଦ ମାଧ୍ୟମରେ ପାଠ ତ ପଢିବା ଗଣେଶ ସରସ୍ୱତୀଙ୍କ ପାଦରେ ନମିବା,

ଗୁରୁଜୀ ଗୁରୁମା ସ୍ନେହରେ ଜ୍ଞାନ ଦେବେ ଇତିହାସ ଭୂଗୋଳ ଯେ କେତ ପଢାଇବେ।

ବିଦ୍ୟାଳୟେ କେତେ ସାଙ୍ଗ ସାଥୀ ହୋଇଯିବା ମିଳିମିଶି ଭାଇଭଉଣୀ ପରି ପଢିବା ଗୁରୁଙ୍କ କଥା ଅକ୍ଷରେ ଅକ୍ଷରେ ମାନିଲେ ଜୀବନରେ ହାରିବିନି ସତ୍ୟ ଏହା ପିଲେ।

ବୟସ ବଢିବ ଆଉ ପାଠ ବି ବଢିବ ପ୍ରଥମରୁ ଦ୍ଵିତୀୟ ଯେ ଦଶମ ହୋଇବ କେତେ ସାଙ୍ଗ ସାଥି ନୂଆ ଗୁରୁଜୀ ଗୁରୁମା ଚିହ୍ନା ହୋଇଯିବେ ଭୁଲି ହେବନି ଜମା ମୋ ବାପାଙ୍କର ସ୍ଵପ୍ନର ବିଦ୍ୟାଳୟ ଗଢିଥିଲେ ଯତନରେ,

ପଖାଳ ଖାଇ ମୁଁ ସେଠାରେ ପଢିଲି ଯାଉଥିଲି ଆନନ୍ଦରେ।

ରୁଟ ଟୁ ଏକ ଅପରିମେୟ ସଂଖ୍ୟା ଯେତେ ବୁଝାଇଲେ ବୁଝି ପାରେନି,

ବାଲ୍ୟବନ୍ଧୁ ମୋର ବୁଝାଇଥିଲା ଯେ ଏଯାଏଁ ସେ ଖାତା ହଜିନି।

ଯାଜପୁର ଜିଲ୍ଲା କୋରେଇ ବ୍ଲକର ବଡ଼ବିରୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,

ଶିକ୍ଷା ସମାପନ ହୋଇଥିଲା ସତ ସାଥି ସଙ୍ଗାତ ମୋ ଏବେ ହୃଦ ଆଳୟ।


Rate this content
Log in