ସୁନାଝିଅ
ସୁନାଝିଅ
ଦୁଇକୂଳ ଛୁଇଁ ।
ଯାଉଥାଏ ବହି ।
ଦୁଇକୂଳର ସେ
ଅମୃତ ଝରା-
ସେ'ତ ସ୍ନେହର ଧାରା
ସୁନା ଝିଅଟି ପରା ।।0।।
ତା'କୁନି କୁନି ପାଦ
ମୂର୍ଛନାର ସାତ ରାଗ
ଅଗଣାରେ ଭରିଯାଏ
ଅସରା ପ୍ରୀତି ରାଗ ।
ତା'ଓଠର ଚୁପି କଥା
ଦେଇଥାଏ ମନେ ବ୍ଯଥା
ସେ' ଆମ ଶରଗ ଶଶୀ
ଧରା ସରଗ ।।
ସେ'ଥିଲେ ବଦଳାଏ
ଜୀବନ ଧାରା ।।୧॥
ଅଗଣା ତୂଳସୀ ସିଏ
ଘର ମହକେଇ ଦିଏ
କେବେ ଜଦି ରୂଷିଯାଏ
ବଢି ଯାଏ ବିଷାଦ ।
ତା'ଓଠରେ ହସ ଦେଖି
ପୁରିଉଠେ ଗର୍ବେ ଛାତି
ସେ ପରା ପିତାମାତା
ଗେଲ ଗୌରବ ।
ସେ'ଘର ବଗିଚାର
ଫୁଲ ପସରା ।।୨॥
ସିଏ ଦିନେ ଯିବ ଚାଲି
ଏ'ଘରକୁ କରି ଖାଲି
ଝୁରୁଥିବ ନିରବରେ
ପାଦ ଚିହ୍ନ ବୋଳାବାଲି ।।
ସାଜିବ କା'ଘର ବଧୂ
ଝରାଇ ତା'ସ୍ନେହ ମଧୂ
ପରକୁ ଆପଣା କରି
ପ୍ରୀତି ଶ୍ରଦ୍ଧାରେ ।
ସେଇ ତା' ଜୀବନର
ଆଦର୍ଶ ପରା ।।୩।।
ଦୁଇକୂଳ ହିତ ପାଇଁ
ଜନମ ତା'ସୃଷ୍ଟି ପାଇଁ
ସିଏ କନ୍ଯା ରୂପେ ଧନ୍ଯା
ଏଇ ଜଗତ ପାଇଁ ।
କା'ପାଇଁ ସେ ପ୍ରିୟା ପ୍ରୀତି
କା'ଓଠର ମଧୂ ଗୀତି
ଭଉଣୀଟିଏ ଭାଈର
ସରାଗ ଦେଇ ।।
ମା'ରୂପେ ଶେଷ ରୂପ
ଆଶିଷ ଝରା ।।
