STORYMIRROR

Subhakanta Sahu

Children

3  

Subhakanta Sahu

Children

କରୋନାରେ ରଜ

କରୋନାରେ ରଜ

1 min
11.5K

ବନସ୍ତେ ଡାକିଲା ଗଜ

ହୋଇଛ କି ନାହିଁ ସଜ

ସେପଟେ ଜଗାଟି ଅଣସର ଘରେ

ଏପଟେ ଆସିଛି ରଜ।

ଏବରଷ ରଥ ଟଣା

ହେବ କି ନାହିଁ ଅଜଣା

ରଜ ଆସିଛି ଯେ ମଉଜ ପାଇଁକି

ଲାଗିଅଛି କଟକଣା।

ସବୁ ସେ କରୋନା ପାଇଁ

କୁଆଡୁ ଆସିଲା କାହିଁ

ଡରିମରି ସବୁ ଘରେ ବସିଛନ୍ତି

ତଥାପି ସେ ଯାଉନାହିଁ।

ଦୋଳି ତ ଖଣ୍ଡିଏ ନାହିଁ

ପାନ କିଆଁ କହ ଭାଇ

ପାନ ଖାଇ ଛେପ ପକାଇଲେ ପରା

ତଣ୍ଡ ଗଣିବଟି ଯାଇ।

ତାଆସ ବାଗୁଡ଼ି ମନା

ବୁଲିବା କଥା କହନା

ଇଡିଲି ପିଠାକୁ ପୋଡ଼ ପିଠା ଖାଇ

ଟିଭିଟାକୁ ଖାଲି ଅନା।

କାଇଁଷି ମନ୍ତର ଫୁସ୍

କରୋନା ଫରୋନା ଭୁଷ୍ ହୋଇଯାଉ

ପିଲେ ହେବେ ଟିକେ ଖୁସ୍।

ଶୁଭକାନ୍ତ ସାହୁ

ଦେଉଳପଲ୍ଲୀ, କଳମ୍ବ, ପୋଲସରା, ଗଞ୍ଜାମ।

ପିନ୍: ୭୬୧୧୦୫

ମୋ: ୯୮୬୧୭୩୨୨୫୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children