STORYMIRROR

Subhakanta Sahu

Inspirational Thriller Children

4  

Subhakanta Sahu

Inspirational Thriller Children

ଆମ ହିମବୀର

ଆମ ହିମବୀର

1 min
39

ଆମ ହିମ ବୀର

ଭାରତ ସୀମାରେ

ରହି ହିମ ଘରେ

ଆମ ଦେଶ ହିମ ବୀର,

ଡ୍ରାଗନ୍ ସେନାକୁ

ହଟାଇ ପଛକୁ

ରଖିଲେ ମାନ ଆମର।

ହିମ ଛାୟା ତଳେ

ଛାୟା ଯୁଦ୍ଧ ବେଳେ

ଭାରତର ବିଂଶ ବୀର,

ପାଇ ବୀରଗତି

ମାଆ କୋଳେ ଲୋଟି

ହେଲେ ଶହୀଦ୍ ଅମର।

ପ୍ରାଣବଳି ତାଙ୍କ

ହେଲାନାହିଁ ବ୍ୟର୍ଥ

ପଛକୁ ହଟିଲା ଚୀନା,

ଆମ ସାର୍ବଭୌମ

ରଖିଲେ ଅକ୍ଷୁର୍ଣ୍ଣ

ଆମରି ସୀମାନ୍ତ ସେନା।

ଡ୍ରାଗନ୍ ତୁ ଶୁଣ

ଆଉଥରେ ପୁଣ

କରୁ ଯଦି ହରକତ,

ପାଇବୁ ତୁ ପାନେ

ରଖିବୁ ତୁ ମନେ

ଜବାବ୍ ଦେବ ଭାରତ।

ବହି ବନ୍ଧୁ ପଣ

ପଶିଲେ ଶରଣ

ଛାତିରେ ଲଗାଇ ନେବୁ,

ଶତ୍ରୁ ଆଚରିଲେ

ନଛାଡିବୁ ହେଳେ

ମୁଣ୍ଡ କାଟି ହାତେ ଦେବୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational