STORYMIRROR

Subhakanta Sahu

Inspirational

3  

Subhakanta Sahu

Inspirational

ଶହୀଦ୍

ଶହୀଦ୍

1 min
27.2K


ଗଢୁ ଗଢୁ ଭାଙ୍ଗିଯାଏ ସପନର ବାଲିଘର

ସମୟର ସିକତାରେ ପାଦଚିହ୍ନ ଥାଏ ତାର

ତୁମ ସ୍ଥୁଳ ଦେହ ହଜିଗଲା ସିନା ତୁମେ ତ ଶହୀଦ୍ ଅମର ।

ପ୍ରଣତୀ ତୁମରି ପୟର ।

ଶହେ କୋଟି ଜନତାଙ୍କୁ କିଏ ଚିହ୍ନେ କିଏ ଜାଣେ,

ଏ ଜନତା ଯାକୁ ଜାଣେ ସିଏ ତୁମେ ଏକା ଜଣେ

ଜୀବନକୁ ତୁଛ ମଣି ମାଆକୁ ସୁରକ୍ଷା ଦେଲ

ତା ତ୍ରିରଙ୍ଗା ପଣତରେ ଚିରଦିନ ଶୋଇଗଲ

ତୁମ ନବ ବଧୁ ନାଇଲାନି ସିନା ଟୋପାଏ ନାଲି ସିନ୍ଦୁର

କୋଟି ଜନତାର ଦୀପ ଜଳିଜଳି କହୁଅଛି ତୁମେ ଅମର

ପ୍ରଣତୀ ତୁମରି ପୟର ।

ଇତିହାସ ସୁନା ତୁଳୀ ଲେଖିଦେବ ତୁମ ନାମ

ଏ ଦେଶ ସ୍ମୃତିରେ ଥିବ ବୀରତ୍ୱର ଛବି ତୁମ

ବନ୍ଦେ ଭାରତ ମାଆ ତୁ ବନ୍ଦେ ଶହୀଦ ଗଣ

ଆତ୍ମା ପାଉ ସଦ୍ଗତି ପାଅ ବଇକୁଣ୍ଠ ସ୍ଥାନ

ଆଜି ସିନା ଆଉ ଶୁଭୁନାହିଁ ତୁମ ବଧୁର ଚୁଡିର ସ୍ୱର

କୋଟି ଜନତାର ଜୟଗୀତି କହେ ମୃତ୍ୟୁ ନାହିଁ କେବେ ତୁମର ।

ପ୍ରଣତୀ ତୁମରି ପୟର ।


ଗୋପବନ୍ଧୁ ହାଇସ୍କୁଲ. ପୋଲସରା, ଗଞ୍ଜାମ ପିନ୍-୭୬୧୧୦୫

ମୋବାଇଲ୍-୯୮୬୧୭୩୨୨୫୬

E-mail- subhakantasahu@rocketmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational