STORYMIRROR

Subhakanta Sahu

Others

3  

Subhakanta Sahu

Others

ମାଆ

ମାଆ

1 min
13.2K


ମାଆ!

ଜନ୍ମ ଦେଇ କରାଏ ସ୍ତନ୍ୟପାନ

କିନ୍ତୁ, ଦିଏନାହିଁ କର୍ମ

ଏଡିଟେରୁ ଏଡିଟେ ଯାଏଁ

ମଙ୍ଗଳ ମନାସେ ସିନା

କ୍ଷମତା ନାହିଁ

ମଙ୍ଗଳ କରିବାର


ମାଆ!

ଦେଇନାହିଁ ସିନା

ନିଜ ଗର୍ଭୁ ଜନ୍ମ

କିନ୍ତୁ, ଦେଇଛି ତ କର୍ମ

ବକଟେରୁ ବଡ଼ ହେବାଯାଏଁ

କୋଳରେ ଧରିନି ସତ

କିନ୍ତୁ, ସାହା ଅଦୃଶ୍ୟରେ

କରେନି କାମନା ସତ

ଅନ୍ୟ ମାଆଟିର ମଙ୍ଗଳ ମନାସେ

ନିଜେ କରେ ଛୁଆର ମଙ୍ଗଳ।


ମାଆ!

ଜନ୍ମ ନଦେଇ ବି ଜନ୍ମ ଦେଇଛି

ସ୍ତନ୍ୟପାନ ନକରିଲେ ବି ଦେଇଛି ଅମୃତ

ଶୋଇ ବସିବା ଠାରୁ

ଚାଲି ଶୋଇବା ଯାଏଁ

କୋଳରୁ ଛାଡିନି

ସମସ୍ତଙ୍କ ଅଜ୍ଞାତରେ

ମଙ୍ଗଳ ପାଞ୍ଚେ ଆଉ

କରେ ବି ମଙ୍ଗଳ।


ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ

ପୋଲସରା

ଗଞାମ

ପିନ୍:୭୬୧୧୦୫

ମୋବାଇଲ:୯୮୬୧୭୩୨୨୫୬

E-mail: sahusubhakanta@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍