STORYMIRROR

Subhakanta Sahu

Inspirational Children

4  

Subhakanta Sahu

Inspirational Children

ଆମ ସ୍ବାସ୍ଥ୍ୟ ଆମ ଦାୟିତ୍ବ

ଆମ ସ୍ବାସ୍ଥ୍ୟ ଆମ ଦାୟିତ୍ବ

1 min
106


ଟୁଆଁକୁ ଟୁଇଁ

ବଜାରକୁ ଗଲେ ସଉଦା ପାଇଁଁ

ବଜାର ଗହଳି ଭାରି,

ଏତେ ଲୋକଙ୍କର ଗହଳି ଦେଖି

ଟୁଆଁ ଟୁଇଁ ଗଲେ ଡରି।

ଭାବିକି ଚିନ୍ତି

କେତେ କଟକଣା ଲଗାଇସେନ୍ତି 

ଆମ ପାଇଁ ସରକାର,

କିଆଁ ବେଖାତିରି କଟକଣାକୁ

ନାହିଁ କି କରୋନା ଡର?

ମାସ୍କ ନାହିଁ

ଆଉ କାର ମାସ୍କ ଥୋଡିରେ ଥାଇ

ଦୂରତା କଥାଟି ଛାଡ,

ଏକ ମିଟର ତ ଦୂରର କଥା

ଫୁଟେ ଦୁଇ ତିନି ଭିଡ଼।

କହିଲା ଟୁଇଁ,

ଟୁଆଁରେ ସଉଦା କରିବା ନାହିଁ

ଚାଲ୍ ଯିବା ଏବେ ଫେରି

ପଛକୁ ପଛକେ ସଉଦା କରିବା

ଗହଳିଟା ଯାଉ ସରି।

ଭଉଣୀ, ଭାଇ,

ଟିକିଏ ସତର୍କ କରୋନା ପାଇଁ

ନପାରିବା ଯଦି ରହି,

ଆମରି ସ୍ବାସ୍ଥ୍ୟ ତ ଆମ ଦାୟିତ୍ବ

ଦୋଷ କାରେ ଦେବା କାଇଁ?

ଟୁଆଁ ଟୁଇଁ ଠରାଠରି,

ଭିଡ କମିବାରୁ ସଉଦା କରିଲେ

ହେଲା ପଛେ ଟିକେ ଡେରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational