STORYMIRROR

Subhakanta Sahu

Others

3  

Subhakanta Sahu

Others

ସ୍ମୃତି

ସ୍ମୃତି

1 min
24.3K


ସୁଖ ହେଉ ଅଥବା ଦୁଃଖ

ହସ ହେଉ ଅଥବା ଲୁହ

ଜୀବନର ଅନୁଭୂତି ଶୂନ

ଯେଉଁଠି ତୁମେ ନଥାଅ

ତୁମେ ସୁଖଦ ହୋଇ କେବେ

ଅଜାଣତେ ଓଠେ ଭର

ସ୍ମିତ ହସର ସୁଅ

ଦୁଃଖଦ ହେଲେଅଜଣାରେ

ଆଖି ଢାଳେ ଦୁଇଟୋପା ଲୁହ

ଆସନ୍ତା କାଲିର ନୁହେଁ

ଖାଲି ଆଜିର ବି ନୁହେଁ

ଅତୀତରେ ଠିଆ ହୋଇ

ବର୍ତ୍ତମାନକୁ ଲମ୍ବ ପାଦ ପକାଅ

କେହି ବି ବାସ୍ତବତା ମନେ କରି

ତୁମକୁ ଆପଣେଇ ନେଇ

ରଖିଥାନ୍ତି ବଞ୍ଚିବାର ମୋହ

କେହି ତୁମର ହେଉ ବା ନହେଉ

ତୁମେ ସମସ୍ତଙ୍କର ଆପଣାର


Email- sahusubhakanta@gmail.com

ମୋ-୯୮୬୧୭୩୨୨୫୬

ଶୁଭକାନ୍ତ ସାହୁ, ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା,ଗଂଜାମ,ପିନ୍-୭୬୧୧୦୫ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍