STORYMIRROR

Subhakanta Sahu

Others

3  

Subhakanta Sahu

Others

ଝୁଲି ଝୁଲି ଆସେ ରଥ

ଝୁଲି ଝୁଲି ଆସେ ରଥ

1 min
14.2K


ଝୁଲି ଝୁଲି ଆସେ ରଥ

ବଳିଆ ସୁଭଦ୍ରା ପଛରେ ଆସୁଛି

ହସି ହସି ଜଗନ୍ନାଥ।

ହଲି ହଲି ଆସେ ରଥ,

ଦେଶ ବିଦେଶରୁ ରଥଯାତ୍ରା

ଦେଖି ଭିଡ଼ ବାନ୍ଧିଲେଣି ଭକ୍ତ।

ଥିରି ଥିରି ଆସେ ରଥ

ଘଣ୍ଟ ଖୋଳ ତାଳ ମାଦଳ ମାଡ଼ରେ

ପଡେ ଉଠେ ଶିରୀ କ୍ଷେତ୍ର।

ଝୁମି ଝୁମି ଆସେ ରଥ,

ତିନି ଠାକୁରଙ୍କ ପହଣ୍ଡି ସରିଛି

ରଥ ଟାଣୁଛନ୍ତି ଭକ୍ତ।

ଚୁପି ଚୁପି ଆସେ ରଥ

ପହରା ସରିଛି ଗଜପତିଙ୍କର

ପଣ୍ଡା ଧରିଛନ୍ତି ବେତ।

ରହି ରହି ଆସେ ରଥ

ରଥେ ବସି ଜଗା ହାତ ଠାରି ଡ଼ାକେ

ଆସ ମୋ ଭକତ ଆସ।

ଘିଡିଘିଡି ଆସେ ରଥ

ମାଉସୀ ଘରକୁ ଯାଉଛନ୍ତି ପ୍ରଭୁ

ଉଡାଇ ବିଜୟ ନେତ।

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ

ପୋଲସରା, ଗଞ୍ଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍