କଲମ
କଲମ


ଅତି ପରିଚିତ ରହିଚି ଏଇଠି
ଜୀବନର ସାଥୀ ମୋର ,
ସରବଙ୍କ ବନ୍ଧୁ ହୋଇଥିବ ସିଏ
ନାଁଆଟି କଲମ ତାର ।
ପ୍ରଥମ ଶ୍ରେଣୀ ରୁ ହାତରେ ଧରି
ଗର ଟଣିଲି ମୁଁ ଖତା ବହିରେ
ଦ୍ୱତୀୟ ଶ୍ରେଣୀରୁ ପଢିଲି ପାଠ
ତା ଲାଗି ହୋଇଲି ଉତ୍ତମ ଚାଟ
ବାପା,ଭାଇ,ଗୁରୁଜନ ଆଗେ ମୁଁ
ହୋଇଲି ପ୍ରିୟ ପାତର
ନାଁଆଟି କଲମ ତାର ।
ତିନି, ଚାରି, ପାଞ୍ଚ, ଛଅ
ସାତ, ଆଠ ହୋଇଲା ନଅ
ଅନେକ ସାହାଯ୍ୟ କରିଛି ମୋତେ
ନଭୁଲିବି ତାକୁ ଜୀବନେ ସତେ
ସପନରେ ହେଲେ ମୋ ହାତୁ ତା ମୁନୁ
ଲେଖା ହୁଏ ଝରଝର ।
ନାଁଆଟି କଲମ ତାର ।
କେବଳ ଏଇଟି ଗୋଟିଏ ନୁହେଁ
ତା ସାଥେ ଆହୁରି ଗୋଟିଏ ରୁହେ
ନାଆଁଟି ତାର ଝର କଲମ
ସ୍ୟାହି ପକାଇଲେ ପବନ ସମ
ଯେତେ ପାଠ ହେଲେ ଲେଖିଦିଏ ସେହି
ହୋଇ ଅତି ତରତର ।
ନାଁଆଟି କଲମ ତାର ।
କଲମ ଅଟଇ ଆମ ଜୀବନ
ତା ବିନୁ ହୋଇବା ମୁରୁଖ ସମ
ବିଦେଶିଏ ପୁଣି ଆସିବେ ଏଠି
ପ୍ରହାର କରିବେ ପୁଣି ସେ ଲାଠି
କଲମଟି ଧରି ଲେଖି ଶିଖିଥିଲେ
ନଥିବ ଆମର ଡର ।
ନାଁଆଟି କଲମ ତାର ।
ତା ବିହୁନେ ପୁଣି ସବୁଠି ଆଜି
ସବୁ କାମ ପାଇଁ ହେବେ ଅରାଜି
ବ୍ୟାଙ୍କରୁ ଆଉ ଋଣ ମିଳିବନି
କଲମରେ ଯିଏ ଲେଖି ପାରିବନି
ସବୁ ମିଳିଯିବ ଲେଖିଦେଲେ ଖାଲି
ଦୁଇ ପଦ ଅକ୍ଷର ।
ନାଁଆଟି କଲମ ତାର ।
ମଫସଲ ଠାରୁ ସହର ଗଲେ
ଯେତେ ବଡ ଅବା ଚାକିରୀ କଲେ
ସବୁଠାରେ ସେହି ଗୋଟେ କଲମ
ବୁଝି ନପାରନ୍ତି କେତେ ଅଧମ
ଜୀବନର ସାଥୀ କରିଲେ ତାହାକୁ
ସବୁ ହୋଇଯିବ ଛାଡ ।
ନାଁଆଟି କଲମ ତାର ।
ତା ବିନୁ ଆମର ଓଡିଶା ଭୂଇଁ
ନିରକ୍ଷର ଥିଲା ଏଇଥି ପାଇଁ
ସାମାନ୍ୟ କେତୋଟି ଜିଲ୍ଲାରେ ତାର
ସବୁ ଲୋକ ନଶିଖିଲେ ଅକ୍ଷର
ଆଜିକାଲି ସବୁ ଠିକ୍ ହୋଇଲାଣି
ତା ଲାଗି ହେଲୁ ସାକ୍ଷର ।
ନାଁଆଟି କଲମ ତାର ।
ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ. ପୋଲସରା, ଗଞ୍ଜାମ