Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Akshayakumar Dash

Children

3  

Akshayakumar Dash

Children

ବଳଦ

ବଳଦ

1 min
83


ପାଞ୍ଚଣ ଜାର କପାଳ ତାର ବେକରେ ପୁଣି ପଘା

ଧରମ ତାର କରମ ସାର ଆନରେ ନାହିଁ ନିଘା ।

ଖୁସିବାସୀରେ ଦୁନିଆଁ ସାରା ଥାଆନ୍ତି ସବୁ ମାତି

ଜମିରେ ସାରା ବରଷା ଖରା ଖଟଇ ଦିନରାତି ।

ମାଲିକ ତାର ସକାଳ ସଂଜ ଜୋତଇ ଧରି ହଳ

ଟାଣଇ ଗାଡି ଚାଲଇ ଗଡି ବଳଦ ଦିଏ ବଳ ।

କଥା ସିନା ସେ କହିପାରେନି ବୁଝଇ ଆମ ଠାର

ହଳିଆ ଭାଇ ଅଡେଇଦେଲେ ଚାଲଇ ଖର ଖର ।

ଜୀବନ ସାରା ଆରାମ ନାହିଁ ଗୁହାଳ ଘରେ ବାସ

ଦେହପାରେ ଦବେଇ ନାହିଁ ମାଲିକ ପାଖେ ଦାସ ।

କୁଣ୍ଡା ତୋରାଣି ପିଆଇ ଦେଇ ପକାଇ ଘାସ ନଡା

ଖଟି ଖଟି ବା ହୋଇଲେ ବୁଢା କୁହନ୍ତି ତାକୁ ହଡ଼ା ।

ଦେବାକୁନାହିଁ କାହାକୁ ଖେଦ ଅବା କା ବଦନାମ

ଯୋଗୀ ଋଷିଙ୍କ ପରି ସଂସାର ହିତ ବଳଦ ଆମ ।


Rate this content
Log in

Similar oriya poem from Children