STORYMIRROR

Jayashree Maharana

Children Stories Inspirational

3  

Jayashree Maharana

Children Stories Inspirational

ବହି ଆମ ସାଙ୍ଗ

ବହି ଆମ ସାଙ୍ଗ

1 min
11.5K

ଟୁନି ଯାଇଥିଲା ମଉସା ଘରକୁ

   ଦେଖିଲା ଥାକରେ ଅନେକ ବହି

କହିଲା ଚମକି ପଢୁଛ କେମିତି

   ମୁଣ୍ଡ କି ତୁମ୍ଭର ଘୁରଇ ନାହିଁ ।


ଶିକ୍ଷକମାନେ ତ ଆମକୁ ପଢ଼ାନ୍ତି

  ତୁମେ ପଢୁଅଛ ଶିକ୍ଷକ ହୋଇ

କହିଲେ ମଉସା ବହି ଆମ ସାଙ୍ଗ

  ଖୁସିରେ ଟୁନିକୁ କୋଳେଇ ନେଇ ।


ଜଣାରୁ ଅଜଣା ନୂଆରୁ ପୁରୁଣା

    ଦେଶ ବିଦେଶର ଖବର କେତେ

ଇତିହାସଠାରୁ ଆଜିଯାଏଁ କଥା

   ମିଳିଯିବ ସବୁ ଖୋଜିବୁ ଯେତେ ।


ପଢିଲେ ବଢିବ ଜ୍ଞାନ ଯେ ଆମର

  ବୟସ ନଥାଏ ପଢିବା ପାଇଁ

ଯେତେ ପଢ଼ୁଥିବା ସେତେ ବଢୁଥିବା

  ଇଛା ଥିଲେ ହେଲା ପଢିବା ପାଇଁ ।


ଟୁନି ହସି ହସି କହିଲା ମଉସା

  ପଢିବି ନିଇତି ମୋ ପାଠବହି

ଦରକାର ହେଲେ ତୁମଠାରୁ ନେବି

   ଯେତେ ବହି ଅଛି ଥାକରେ ରହି।


ତାହାରି ମଥାରେ ହାତମାରି ଟିକେ

କହିଲେ ତା'ତୁଲ ନାହିଁ କେ ଆଉ,

ପାଠ ଟି ଅସଲ ଧନ ଜଗତରେ

ଆଉ ଯେତେ ଯାହା ଯୁଆଡେ ଯାଉ।


Rate this content
Log in