STORYMIRROR

Santosh Satapathy

Children Stories

3  

Santosh Satapathy

Children Stories

ମାମୁଁ ଘର

ମାମୁଁ ଘର

1 min
33

  ଭାଇ କହୁଛି "ଆଲୋ ଭଉଣୀ

    ନାଚୁଛୁ ଖାଲି ଟେକି କହୁଣୀ

      ପାଠକୁ ଯାଉ ଭୁଲି

ପଢା ସାରିଲେ      ମାମୁଁଙ୍କ ଘରୁ

      ଆସନ୍ତୁ ସିନା ବୁଲି(୧)

     ମାଆଙ୍କ ଭାଇ ମାମୁଁଙ୍କ ଘର

      ଛୁଟିରେ ଯିବୁ ଚଡି ମଟର

       ଦେଖିଛୁ ପରା ବାଟ 

ଛୁଟି ଆଗରୁ      ସାରି ଦେ ତୋର

     ଶ୍ରେଣୀର ପଢ଼ାପାଠ (୨)

    ଖରାପ କାମ ଯେବେ କରିବୁ

     ପୋଲିସ ମାମୁଁ ଘରକୁ ଯିବୁ

       ଖାଇବୁ ଗଦା ମାଡ଼

ଖରାପ କାମ       କରିବା କଥା

      ମନରୁ ସଦା ଛାଡ଼ (୩)

      ବାଘମାମୁଁର ଘରଟି ବନ

    ତା' ପାଖେ ଗଲେ ନେବ ଜୀବନ

        ଗଛ କାଟିବୁ ନାହିଁ

ନୋହିଲେ ମାମୁଁ        ନିଜେ ତୋ ପାଶେ

       ଆସିବ ବନୁ ଧାଇଁ (୪)

     କଳ୍ପନା ପରି ଯଦି ପଢ଼ିବୁ

     ଜହ୍ନ ମାମୁଁର ଘରେ ଚଢିବୁ

       ବସି ଆକାଶ ଯାନ 

 ପାଠରେ ମନ     ଦେଲେ ରଖିବୁ

      ଦେଶ ଜାତିର ମାନ"(୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Santosh Satapathy