STORYMIRROR

Jagannath Swain

Children

3  

Jagannath Swain

Children

ରଜ ମଉଜ

ରଜ ମଉଜ

1 min
11.5K


ବାର ମାସରେ ତେର ପରବ,

ତହିଁରେ ମୁଖ୍ୟ ଯେ ରଜ ପରବ।।

ଉତ୍କଳୀୟ ପରମ୍ପରା ସହିତ,

ସଂସ୍କୃତିକୁ ନେଇ ଆମେ ଗର୍ବିତ।।

ବରଗଛରେ ଦୋଳି ହୁଅଇ ବନ୍ଧା,

କେତେ ପିଠା ପଣା ହୁଅଇ ରନ୍ଧା।।

ଖିଲି ପାନ ସହ ପୋଡ଼ ପିଠା ଆଣି,

ଦୋଳି ଖେଳୁ ଥାନ୍ତି ଭାଇ ଭଉଣୀ।।

ପୃଥିବୀ ମାତା କୁ ହୁଏ ଆରାମ,

ଭୂମି କର୍ଷଣ କୁ ଦେଉ ବିରାମ।।

ଝିଅ ମାନେ ଯେତେ ହୁଅନ୍ତି ସଜ

ରଜ ଆଣି ଦିଏ କେତେ ମଉଜ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children