ଅର୍ପଣର ଭୂଇଁ ଇଏ ତର୍ପଣର ଭୂଇଁ
ଅର୍ପଣର ଭୂଇଁ ଇଏ ତର୍ପଣର ଭୂଇଁ
ଅର୍ପଣର ଭୂଇଁ ଇଏ ତର୍ପଣର ଭୂଇଁ
ସ୍ୱାଭିମାନ ରଙ୍ଗେ ରଙ୍ଗା
ସ୍ୱାଭିମାନୀ ଭୂଇଁ।
ଶୌର୍ଯ୍ୟତାର ଭୂଇଁ ଇଏ ସାହସର ଭୂଇଁ
ବୀର ଙ୍କ ରକତେ ସିକ୍ତ
ବୀରତ୍ବର ଭୂଇଁ।
ବିଶ୍ୱାସର ଭୂଇଁ ଇଏ ଆଶ୍ବାସର ଭୂଇଁ
ଭାଇଚାରା ଡୋରେ ବନ୍ଧା
ଭାତୃତ୍ୱ ର ଭୂଇଁ।
ଐତିହର ଭୂଇଁ ଇଏ ସାହିତ୍ୟର ଭୂଇଁ
କୀର୍ତ୍ତିରାଜୀରେ ସଜ୍ଜିତ
ସ୍ଥାପତ୍ୟର ଭୂଇଁ।
ପ୍ରୟାସର ଭୂଇଁ ଇଏ ପ୍ରତିଜ୍ଞାର ଭୂଇଁ
ଜ୍ଞାନ ଭଣ୍ଡାର ଧାରିଣୀ
ଜ୍ଞାନମୟ ଭୂଇଁ।
ବାଣିଜ୍ୟର ଭୂଇଁ ଇଏ ଖଣିଜର ଭୂଇଁ
ଉନ୍ନତି ରଥେ ସାରଥୀ
ସ୍ବର୍ଣ୍ଣମୟ ଭୂଇଁ।
ସାଧନାର ଭୂଇଁ ଇଏ ସନ୍ଧାନର ଭୂଇଁ
ସମ୍ବାବନା ପ୍ରତି କଣେ
ସମ୍ଭାବିନି ଭୂଇଁ।
ଗଙ୍ଗା ଙ୍କର ଭୂଇଁ ଇଏ କୈଳାସ ଙ୍କ ଭୂଇଁ
ଚନ୍ଦନ କର୍ପୂର ବାସେ
ଦେବତ୍ୱର ଭୂଇଁ।
ପ୍ରକୃତିର ଭୂଇଁ ଇଏ ପ୍ରଶାନ୍ତର ଭୂଇଁ
ଅର୍ଣ୍ଣବରେ ଧୌତ ହୁଏ
ଏ ପବିତ୍ର ଭୂଇଁ।
ଅର୍ପଣର ଭୂଇଁ ଇଏ ତର୍ପଣର ଭୂଇଁ
ସବୁଠୁ ସୁନ୍ଦର ଅଟେ
ମୋ ଭାରତ ଭୂଇଁ।
