STORYMIRROR

Jagannath Swain

Others

3  

Jagannath Swain

Others

ପ୍ରେମିକା

ପ୍ରେମିକା

1 min
155

ଯେବେ ତୁ ମନେପଡୁ  

ଚାରିପାଖେ ଯିଏ ଥିଲେ ବି 

କାହାର ଉପସ୍ଥିତି ଜଣାପଡ଼େନି

ବାସ୍ କେବଳ ତୋର ଅନୁପସ୍ଥିତି  

ବେଶ୍ ସ୍ପଷ୍ଟ ଭାବେ ବାରି ହୋଇଯାଏ।।


ଯେବେ ତୁ ମନେପଡୁ  

ଛାତିର କୋହ ଆଖିର ଲୁହ 

ମିଶିପାରେନି କିନ୍ତୁ ଠିକ୍ ତୋ ଆଉ ମୋ ଭଳି।।


ଲୁହ ଛଳ ଛଳ ଓଦା ଆଖି ବି 

ପ୍ରଶ୍ନ କରିବା ଆରମ୍ଭ କରିଦିଏ 

ଆଉ ପ୍ରଶ୍ନ ର ଉତ୍ତର ସବୁ ନିଜେ ହିଁ ଦେଇଦିଏ

କେହି କିଛି ଭାବିବା ଆଗରୁ ।।


ଯେବେ ତୁ ମନେପଡୁ  

ଗୋଧୂଳି ବେଳରେ ନଦୀର କୂଳରେ

ବହିଯାଉଥିବା ଧାର ରେ ତୋ ପ୍ରତିଛବି

ମନେ ମନେ ଆଙ୍କିଦିଏ ପୁଣି କିଛି ଭାବିବା ପୂର୍ବରୁ 

ସବୁ ଧୋଇ ହୋଇଯାଏ ।।


ଯେବେ ତୁ ମନେପଡୁ  

ଅସ୍ତଗାମୀ ସୂର୍ଯ୍ୟର ସୁନେଲି କିରଣରେ 

ଗଛ ଲତାର ସୁ ସୁ ପବନରେ 

ନଈର କୁଳୁ କୁଳୁ କୁଳୁ ନାଦରେ 

ତତେ ହିଁ ଖୋଜୁଥାଏ ମୁଁ ।।


ଯେବେ ତୁ ମନେପଡୁ

ବିଶ୍ୱାସ କର ତୁମ ହାତ ପାପୁଲିର ସ୍ପର୍ଶକୁ

ପାଇବା ପାଇଁ ମୁଁ ବିକଳ ହେଉଥାଏ କିନ୍ତୁ 

ଯେତେ ଯେତେ ଖୋଜେ ମୁଁ ପାଏ ନାହିଁ ଖୋଜି 

ହଜି ଯାଏ ପ୍ରେମ ମୋର ଦୂର ଦିଗବଳୟରେ

ବିରହ ବେଦନା ଆସେ ଦୁଃଖର ପାହାଡ଼ ସାଜି

ଅସରନ୍ତି ଇଚ୍ଛାକୁ ମୋର ଭସାଇ ଦିଏ ବାଲିଘର ପରିରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍